oom

ଶ୍ରୀ ଗୋପାଳଜି ମନ୍ଦିର ୬୧ ତମ ହରି ନାମ ଯଜ୍ଞ ପାଇଁ କଳସ ବୁଡ଼ା ସମ୍ପର୍ଣ୍ଣ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ଓଁ ଶ୍ରୀ ଶ୍ରୀ ଗୋପାଳଜି ସରଣମ । ପଦ୍ମପୁର ପୁରୁଣ ବସ୍ତି ସାହୁପଡା ସ୍ଥିତ ଶ୍ରୀ ଗୋପାଳଜି ପ୍ରଭୁଙ୍କର ମନ୍ଦିର ପ୍ରାଙ୍ଗଣରେ ୬୧ ତମ ଚବିଶ ପ୍ରହରୀ ହରି ନାମ ଯଜ୍ଞ ତା. ୨୭.୦୩.୨୦୨୫ ରୁ ତା. ୩୦.୦୩.୨୦୨୫ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଯାଉଅଛି । ଏହି ପରିପ୍ରେକ୍ଷୀରେ ଆଜି ଶ୍ରୀ ଗୋପାଳଜି ମନ୍ଦିର ଠାରୁ ଏକ କଳସ ଶୋଭାଯାତ୍ରା ବାହାରି ନଗର ପରିକ୍ରମା କରିବା ସହ ପୁନଃ ମନ୍ଦିରରେ ପହଂଚି କଳସ ବୁଡା ସଂକଳ୍ପ ନୀତି ସମ୍ପର୍ଣ୍ଣ କରିଛନ୍ତି । ତେବେ ଆସନ୍ତା ତିନି ଦିନ ଧରି ହେବାକୁ ଥିବା ଶ୍ରୀ ହରି ନାମ ଯଜ୍ଞରେ ବିଭିନ୍ନ ସଂକୀର୍ତନ ଦଳ ପ୍ରଭୁ ନାମ ଅମୃତ ରସଗାନ ସହ ନିଜର ଭକ୍ତି ନୃତ୍ୟ ପ୍ରଦର୍ଶନ କରିବେ । ଏଣୁ ସମସ୍ତଙ୍କୁ ଏହି ନାମ ଯଜ୍ଞରେ ସାମିଲ ହୋଇ ଭକ୍ତି ପୂର୍ଣ୍ଣ ବାତାବରଣରେ ଯୋଗଦେଇ ପ୍ରଭୁଙ୍କ ସ୍ମରଣ ପାଇଁ ସାମିଲ ହୁଅନ୍ତୁ ବଳି ନାମ ଯଜ୍ଞ କମିଟି ତରଫରୁ ସମସ୍ତଙ୍କୁ ନିବେଦନ କରାଯାଇଛି । ତେବେ ଯଜ୍ଞର ଅନ୍ତିମ ଦିନ ସନ୍ଧ୍ୟାରେ ବୈଠକି କୀର୍ତ୍ତନର ଆୟୋଜନ କରାଯାଇଥିବା ବେଳେ ଏହି ବୈଠକିରେ କଳାହାଣ୍ଡି ଟୁର୍ଛିର ପ୍ରସିଦ୍ଧ କୀର୍ତ୍ତନ ଗାୟକ ସଞ୍ଜୟ ସାହୁ, ବରଗଡ ବେହେରାର ଗାୟକ ଦାନ ଅଦାବର ବରଗଡ ତାରାକନାର ଗାୟକ ସୁଧାଂଶୁ ସାହୁ ଏବଂ ଝାରସୁଗୁଡା ଚିଖିଲିଆପାଲିର ଗାୟକ ନରେନ୍ଦ୍ର କୁମାର ନାଥ ଯୋଗ ଦେବାର କାର୍ଯ୍ରକ୍ରମ ରହିଥିବା କମିଟି ପକ୍ଷରୁ ସୂଚନା ଦିଆଯାଇଛି ।

jittmm
Leave A Reply

Your email address will not be published.