
ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : କ୍ରାନ୍ତି ଯୁବ ଛାତ୍ର ସଂଘ ପକ୍ଷରୁ ଭଗତ ସିଂଙ୍କ ଶହୀଦ ଦିବସ ଅବସରରେ ପ୍ରତ୍ୟେକ ବର୍ଷ ଭଳି ଏହି ବର୍ଷ ମଧ୍ୟ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଏକ ରକ୍ତଦାନ ଶିବିର ଆୟୋଜନ ହେଇଯାଇଛି । ଉକ୍ତ ରକ୍ତଦାନ ଶିବିରରେ ୫୪ଜଣ ଯୁବ ରକ୍ତଦାତା ସ୍ଵେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ । ଏହି କାର୍ଯ୍ୟକ୍ରମର ପ୍ରାରମ୍ଭରେ ଭଗତ ସିଂଙ୍କ ତୈଳଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଭଗତ ସିଂ ଦେଶ ପ୍ରୀତିର ଅମୂଲ୍ୟ ବଳିଦାନକୁ ସ୍ମରଣ କରି ସ୍ମୃତି ସଭା କରାଯାଇ ସମସ୍ତ ସଦସ୍ୟ ପୁଷ୍ପ ଅର୍ପଣ କରିଥିଲେ । ମୁଖ୍ୟ ଅତିଥି ରୂପେ ସମାଜ ଖବର କାଗଜ ବ୍ରହ୍ମପୁର ଲୋକ ସେବକ ମଣ୍ଡଳର ସଦସ୍ୟ ରାଜେନ୍ଦ୍ର ଜେନା, ଅତିଥି ରୂପେ ପୂର୍ବତନ ବିଧାୟକ ଅଶୋକ ଚୌଧୁରୀ, ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ଅଜୟ କୁମାର ତ୍ରିପାଠୀ, ଯୁବ ସମାଜସେବୀ ନୀଳାଞ୍ଚଳ ସେଠି ଯୋଗ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମକୁ କ୍ରାନ୍ତି ଯୁବ ଛାତ୍ର ସଂଗଠନର ସଭାପତି ଇଜୁ ଅମିନ ଖାନ, ଛତ୍ରପୁର ବିଜ୍ଞାନ ମହାବିଦ୍ୟାଳୟର ପୂର୍ବତନ ସଭାପତି ଜଲାଲ ଖାନ, ସୁବୋଧ ସୁମନ ସ୍ୱାଇଁ, ଛାତ୍ରନେତା ମହେଶ ଗୌଡ, ସମ୍ବିତ ବିଶ୍ଵାଳ, ସନ୍ତୋଷ ସାହୁ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଛାତ୍ରନେତା ସାର୍ଥକ ମହାପାତ୍ର, ସୁଦର୍ଶନ ମଲ୍ଲିକ, ସନ୍ତୋଷ କୁମାର ବେହେରା, ଟି. ସୁନିଲ୍ କୁମାର ରାଓ, ଅଭିଜିତ ଚୌଧୁରୀ, ଦୀପକ ଶତପଥୀ, ରୋହନ ସାହୁ, ଶୁଭସ୍ମିତା ମଲ୍ଲିକ, ସାଇଶ୍ରୀ ବେହେରା, ସ୍ଵପ୍ନା ମଲ୍ଲିକ, ସୁନିତା ରାଣୀ ସାହୁ, ପି. ତାତେୟା, ଶୁଭଶ୍ରୀ ସାହୁ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।