csstore

ପ୍ରଜ୍ଞା ପୁରୁଷ ତଥା ବିଶିଷ୍ଟ ଶିକ୍ଷାବିଦ ସ୍ବର୍ଗତ ହର ପ୍ରସାଦ ରଥଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଶ୍ରଦ୍ଧାଂଜଳି ସମାରୋହ

ସୁବର୍ଣ୍ଣପୁର, (ପ୍ରଭୁଦ‌ତ୍ତ ରଥ) : ସୁବର୍ଣ୍ଣପୁର ମାଟିର ପ୍ରଜ୍ଞା ପୁରୁଷ ତଥା ବିଶିଷ୍ଟ ଶିକ୍ଷାବିଦ ସ୍ବର୍ଗତ ହର ପ୍ରସାଦ ରଥଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ସୁବର୍ଣ୍ଣପୁରର ଶୀତଳାଇ କଲ୍ୟାଣ ମଣ୍ଡପଠାରେ ଏକ ଶ୍ରଦ୍ଧାଂଜଳି ପର୍ବ ଅନୁଷ୍ଠିତ ହୋଇଯାଇଛି । ଶୂନ୍ୟ ସ୍ବରୂପ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ଶ୍ରଦ୍ଧାଂଜଳି ସମାରୋହରେ ସୁବର୍ଣ୍ଣପୁର, ବଲାଙ୍ଗିର ଓ ସମ୍ବଲପୁରରୁ ଆସିଥିବା ବିଶିଷ୍ଟ ବ୍ୟକ୍ତି ବିଶେଷମାନେ ସ୍ବର୍ଗତ ହର ପ୍ରସାଦ ରଥଙ୍କ ବ୍ୟକ୍ତିତ୍ବ ଓ ପ୍ରତିଭା ଉପରେ ଆଲୋକପାତ କରିବା ସହ ଦିବଂଗତ ଆତ୍ମା ପ୍ରତି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ ।

ନାଟ୍ୟଶ୍ରୀ ଗଦାଧର ବାରିକଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ସମାରୋହରେ ସୁଶ୍ରୀ ରେଣୁକା ମିଶ୍ର, ଡଃ ରାମସ୍ବାମୀ ମହାପାତ୍ର, ଡଃ ପୁରୁଷୋତ୍ତମ ମିଶ୍ର, ଡଃ ସୌରଭ ରଂଜନ ଖମାରୀ, ଡଃ ଦେବାଶିଷ ପାଣ୍ଡିଆ, ଡଃ ସଂଜୟ ମିଶ୍ର, କବି ଶ୍ୟାମାଓଁ ପ୍ରସାଦ ମିଶ୍ର, ମନୋଜ ସାହୁ, ଅମ୍ବୁଜ ବିହାରୀ ଶତପଥୀ, ବିଘ୍ନରାଜ ପଣ୍ଡା, ଅଦ୍ବୈତ ପଣ୍ଡା, ବରିଷ୍ଠ ସାମ୍ବାଦିକ ସୁଦୀପ ଗୁରୁ, ସ୍ବାଧୀନ ମେହେର ପ୍ରମୁଖ ଯୋଗଦେଇ ସ୍ବର୍ଗତ ହର ପ୍ରସାଦ ରଥଙ୍କ ଜୀବନ-ଦର୍ଶନର ବିଭିନ୍ନ ବିନ୍ଦୁକୁ ନେଇ ଆଲୋଚନା କରିଥିଲେ । ଶେଷରେ ଶ୍ରଦ୍ଧାଂଜଳି ସମାରୋହର ସଂଯୋଜକ ବେଣୁଧର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.