csstore

ଜିଲ୍ଲା ଟ୍ରାକ୍ଟର ମାଲିକ ସଂଘ ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ଦାବିପତ୍ର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଓଡିଶା ସରକାରଙ୍କ କଠୋର ଦଣ୍ଡବିଧାନ ସଂଘର ସଂପାଦକ ପିତାମ୍ବର ଖମାରୀଙ୍କ ନେତୃତ୍ୱରେ ସଂଘର କର୍ମକର୍ତ୍ତାମାନେ ଜିଲ୍ଲାପାଳଙ୍କ ପାଖକୁ ଯାଇ ମାଲିକମାନଙ୍କ ଉପରେ ହେଉଥିବା ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହୋଇଥିଲା । ଉକ୍ତ ବିଷୟକୁ ହୃଦୟଙ୍ଗମ କରି ଜିଲ୍ଲାପାଳଙ୍କୁ ସହରରେ ଯେପରି ଟ୍ରାକ୍ଟର ସୁବିଧା ତା ଉପରେ ଅଧିକାରୀମାନଙ୍କ ସହିତ ଆଲୋଚନା ମାଧ୍ୟମରେ ଏସ୍‌ଓପି ଗଠନ କରିବାକୁ ସହମତି ପ୍ରକାଶ କରିଥିଲେ । ଏସ୍‌ପି ମହୋଦୟ ମଧ୍ୟ ଟ୍ରାକ୍ଟର ଡ୍ରାଇଭର, କୁଲି ଏବଂ ମାଲିକମାନଙ୍କୁ ଯେପରି କୋର୍ଟ ପରୱାର୍ଡ କରାନଯାଏ ଉକ୍ତ ଦଣ୍ଡ ବିଧାନ ଆଗାମୀ ଦିନରେ ନ ହେବ ଜିଲ୍ଲାର ବିଭିନ୍ନ ଥାନା ଅଧିକାରୀମାନଙ୍କୁ ସୂଚନା ଦିଆଯିବ ବୋଲି ଆଶ୍ୱାସନା କରିଥିଲେ । ଆଲୋଚନାରେ ଗୋପାଳଜୀ ପାଣିଗ୍ରାହୀ, ମିଟୁଆ ମହାନ୍ତି, ବୁଲୁ ଘଡାଇ, ସୀତାରାମ କୁମ୍ଭାର, ସତ୍ୟଜିତ ବାବୁ, ପ୍ରବୀଣ କୁମାର ତ୍ରିପାଠି, ଜେ.କେ. ସାହୁ, ପ୍ରହଲ୍ଲାଦ ପାଢୀ, ଉଦୟ ଶଙ୍କର ଝା, ବିଘ୍ନେଶ୍ୱର ମିଶ୍ର, ଗଙ୍ଗାଧର ସୁନା, ଜିତୁ ଦାଶ, ସ୍ୱାଧିନ ଭାଟି, ନେଗୀ ବାବୁ ଏବଂ ଅନ୍ୟାନ୍ୟ ସଭ୍ୟବୃନ୍ଦ ଉପସ୍ଥିତ ଥିଲେ । ଆଗାମୀ ଦିନରେ ସଂଘର ଦାବି ଉପରେ ସୁବିନିଯୋଗ କରାନଗଲେ ବାଧ୍ୟ ହୋଇ ସଂଘ ରାଜରାସ୍ତାକୁ ଓହ୍ଲାଇବ ।

jayashree
Leave A Reply

Your email address will not be published.