csstore

ଯୁଧିଷ୍ଠିର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସମ୍ବର୍ଦ୍ଧନା ସଭା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଛତାମଖନା ସ୍ଥିତ ଯୁଧିଷ୍ଠିର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏକ ସମ୍ବର୍ଦ୍ଧନା ସଭା ବିଦ୍ୟାଳୟର ଅଧ୍ୟକ୍ଷ ଡ. ଧନଞ୍ଜୟ ସେଠ ଙ୍କସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଅଛି । ରାଜ୍ୟ ସ୍ତରୀୟ ରେଡକ୍ରସ ପୁରସ୍କାର ଭୁବନେଶ୍ୱର ରାଜ ଭବନରେ ପୁରସ୍କୃତ ହୋଇଥିବା ଡ. ଦୈତାରୀ ପୂଜାରୀଙ୍କୁ ମାନ୍ୟଗଣ୍ୟ ଅତିଥିମାନେ ମାନପତ୍ର ତତା ଉପଢୈାକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବରେ ବଲାଙ୍ଗିର ଅତିରିକ୍ତ ଜିଲ୍ଲାପାଳ ପବିତ୍ର ବେହେରା, ମୁଖ୍ୟ ବକ୍ତା ଭାବରେ ଜିଲ୍ଲା ରେଡକ୍ରସର ପୃଷ୍ଠପୋଷକ ସଦସ୍ୟ ବିଷ୍ଣୁ ପ୍ରସାଦ କେଡିଆ, ସମ୍ମାନିତ ଅତିଥି ଭାବରେ ଶଙ୍କର ଜୈନ ଯୋଗ ଦେଇ ଶ୍ରୀ ପୂଜାରିଙ୍କୁ ସମ୍ବର୍ଦ୍ଧନା କରିବା ସଙ୍ଗେ ସଙ୍ଗେ ରେଡକ୍ରସ ପାଇଁ ସମସ୍ତ ପ୍ରକାରର ସହଯୋଗ କରିବା ପାଇଁ ଘୋଷଣା କରିଥିଲେ । ଉକ୍ତ ସଭାରେ ବିଷ୍ଣୁ ପ୍ରସାଦ କେଡିଆ ତଥା ଶଙ୍କର ପ୍ରସାଦ ଜୈନ ପେଟ୍ରନ ମେମ୍ବର ଭାବରେ ୨୫ ହଜାର ଟଙ୍କା ଲେଖାଏଁ ଦେଇ ସଦସ୍ୟତା ଗ୍ରହଣ କରିଥିଲେ । ଘସିଏନ ଡିଗ୍ରୀ ମହାବିଦ୍ୟାଳୟର ଇଂରାଜି ଅଧ୍ୟାପକ ପ୍ରହଲ୍ଲାଦ ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ଡ. ପବିତ୍ର କୁମାର ଦଣ୍ଡସେନା ଧନ୍ୟବାଦ ଅର୍ପଣ କରିଥିଲେ । ପଦ୍ମାଳୟା ତ୍ରିପାଠୀ, ଚାରୁଲତା ମିଶ୍ର, ସୁଦାମ ଚରଣ ଖମାରୀ, ରାଧାକାନ୍ତ ସାହୁ, ପ୍ରେମାନନ୍ଦ ବିଶି, ଦୁର୍ବାଦଳୟ ମିଶ୍ର, ଦିଗାମ୍ବର ପାଣ୍ଡେ, ଦୁଃଖିଶ୍ୟାମ ବାଗ ପ୍ରମୁଖ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.