centurian jitm

ଦାଦନ ଖଟିବାକୁ ଯାଇ ନିଖୋଜ ହୋଇଥିଲେ କେଦାର, ଦୀର୍ଘ ୧୮ବର୍ଷ ପରେ ଫେରିଲେ ଗାଁକୁ

ଖଲ୍ଲିକୋଟ : ଦାଦନ ଖଟିବାକୁ ଯାଇ ଗାଁକୁ ଫେରୁଥିଲେ, ହେଲେ ବାଟରେ ନିଖୋଜ ହୋଇଗଲେ । ୧୮ ବର୍ଷ ପରେ ଫେରିଲେ ଗାଁକୁ । ଏହା କୌଣସି ସିନେମାର କାହାଣୀ ନୁହେଁ । ଏ ହେଉଛି ଜଣେ ଦାଦନ ଶ୍ରମିକଙ୍କ ବାସ୍ତବ କଥା । ଏଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଖଲିକୋଟ ବ୍ଲକ ବାରସର ଗାଁରେ । ଗାଁର ଅର୍ଜୁନ ସେଠୀଙ୍କ ପୁଅ କେଦାର ସେଠୀ ଆର୍ଥିକ ଅନାଟନ କାରଣରୁ ବିବାହର ୫ ବର୍ଷ ପରେ ନିଜ ପରିବାରକୁ ଛାଡ଼ି ରୋଜଗାର କରିବା ଉଦ୍ଦେଶ୍ୟରେ ଦାଦନ ଖଟିବାକୁ ଯାଇଥିଲେ । ମହାରାଷ୍ଟ୍ରର ପନଭେଲ ଠାରେ ଦାଦନ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ । କିଛି ମାସ କାମ କରିବା ପରେ କମ୍ପାନୀ କର୍ତ୍ତୃପକ୍ଷ ଗାଁକୁ ଚାଲିଯିବା ପାଇଁ କେଦାରଙ୍କୁ କହିଥିଲେ । କେଦାର ଟ୍ରେନ ଯୋଗେ ଗାଁକୁ ଫେରୁଥିବା ବେଳେ ଅଧା ରାସ୍ତାରେ କେଉଁଠାରେ ଓହ୍ଲାଇ ପଡିଥିଲେ । ସେହିଦିନ ଠାରୁ କେଦାର ନିଖୋଜ ହୋଇ ଯାଇଥିଲେ । ଦୀର୍ଘ ୧୮ ବର୍ଷ ପରେ ଏବେ କେଦାର ଘରକୁ ଫେରିଛନ୍ତି । ଭଲ କି କହି ପାରୁନଥିଲେ କି କିଛି ଜାଣି ପାରୁନଥିଲେ । ମାନସିକ ଶକ୍ତି ହରାଇ ଥିବାରୁ ଏଭଳି ସ୍ଥିତି ଉପୁଜିଥିଲା ବୋଲି ପରିବାରବର୍ଗ କହିଛନ୍ତି । କେଦାରଙ୍କୁ ପାଇ ପରିବାର ଲୋକ ବେଶ୍ ଖୁସି ଅଛନ୍ତି ।

Leave A Reply

Your email address will not be published.