centurian jitm

ମାଁ ମାହେଶ୍ୱରୀ ସେନା ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ପରିକ୍ଷା ଶିବିର ଆୟୋଜିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ ଅନ୍ତର୍ଗତ ବନ୍ଧପଡା ଠାରେ ମାଁ ମାହେଶ୍ୱରୀ ସେନା ଓ ମୁରଲିକ୍ରୀଷ୍ଣା ଫାଉଣ୍ଡେସନ କ୍ରୀଷ୍ଣା ବିକାଶ ହସ୍ପିଟାଲ, ବରଗଡର ମିଳିତ ଆନୁକୁଲ୍ୟରେ ମେଗା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିରରେ ଦେଓଗାଁ ବ୍ଲକ ଅଧ୍ୟକ୍ଷ ତଥା ରାଜ୍ୟ ଡୁମାଲ ଯୁବ ପରିଷଦ ସଭାପତି ଦୟାନିଧି ଖମାରୀ, ବନ୍ଧପଡା ସରପଂଚ ଗୋପାଳ ଚନ୍ଦ୍ର ମିଶ୍ର, ସମାଜସେବୀ ଅଚ୍ୟୁତାନନ୍ଦ ମିଶ୍ର ଅତିଥି ହିସାବରେ ଯୋଗ ଦେଇଥିଲେ । ଏହି ସ୍ୱାସ୍ଥ୍ୟ ଶିବିରରେ ପାଖାପାଖି ଦୁଇ ଶହରୁ ଅଧିକ ରୋଗୀ ବିଭିନ୍ନ ବିଭାଗରେ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । କ୍ରିଷ୍ଣା ବିକାଶ ହସ୍ପିଟାଲର ବିଭିନ୍ନ ବିଭାଗର ଅଭିଜ୍ଞ ବିଶେଷଜ୍ଞ ଶିଶୁ ରୋଗ ସର୍ଜରୀ ଡା. ପ୍ରଣୟ ପାଣିଗ୍ରାହୀ, ମେଡିସିନ ଡା. ଯଶୋବନ୍ତ ଧନବଲ, ଫିଜିଓଥେରାପି ଡା. ଅମନ ଦାଶ, ଦନ୍ତରୋଗ ଡା. ଶ୍ରଦ୍ଧାସୁମନ ପାଲ ଯୋଗଦେଇ ରୋଗୀଙ୍କୁ ଉପଯୁକ୍ତ ଚିକିତ୍ସା ଓ ପରାମର୍ଶ ଦେଇଥିଲେ । ଏହି ମେଗା ସ୍ୱାସ୍ଥ୍ୟ ପରୀକ୍ଷା ଶିବିରଟି ମାଁ ମାହେଶ୍ୱରୀ ସେନାର ସଦସ୍ୟ ରାଜୁ ପଧାନ, କିଶୋର ଗୁରାଣ୍ଡି, ଗଣେଷ ପ୍ରଧାନ, ଅମିତ କରଣଙ୍କ ତତ୍ୱାବଧାନରେ ସଫଳ ରୂପେ ଆୟୋଜନ ହୋଇଥିଲା ।

Leave A Reply

Your email address will not be published.