centurian jitm

ଟିଟିସିଲେଟ ଗ୍ରାମରେ ଜୈବିକ ଚାଷ ଉପରେ ସଚେତନ ପଦଯାତ୍ରା

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ମୁଣ୍ଡପଦର ପଞ୍ଚାୟତ ଅର୍ନ୍ତଗତ ଟିଟିସିଲେଟ ଗ୍ରାମର ମହିଳା ଓ ପୁରୁଷ ଚାଷୀଙ୍କୁ ନେଇ ମାଁ ମାଉଲି ଚାଷୀ କମିଟି ମାଧ୍ୟମରେ ଶ୍ରମିକ ଶକ୍ତି ସଂଘ ଦ୍ୱାରା ଜୈବିକ ପଦ୍ଧତିରେ ଚାଷ କରିବାର ଉପାଦେୟତା ଉପରେ ଏକ ସଚେତନ ପଦଯାତ୍ରା ଆୟୋଜନ କରାଯାଇଥିଲା । ନିମାସ୍ତ୍ର, ଆଗ୍ନେୟାସ୍ତ୍ର, ପ୍ରାଣାମୃତ, ମତ୍ସ୍ୟ ଟନିକ ଆଦି ଉପରେ ପ୍ଲାକାର୍ଡ ଧରି ସ୍ଳୋଗାନ ସହିତ ଗ୍ରାମ ପରିକ୍ରମା କରାଯାଇଥିଲା । ଶ୍ରମିକ ଶକ୍ତି ସଂଘ ଦ୍ୱାରା ବିଭିନ୍ନ ସମୟରେ ପରିବେଶ ସୁରକ୍ଷା, ଜଳବାୟୁ ପରିବର୍ତ୍ତନ, ପାରମ୍ପାରିକ ଉନ୍ନତ ଚାଷ ପଦ୍ଧତି ଉପରେ ବିଭିନ୍ନ ମାଧ୍ୟମରେ ଜନସଚତେନତା କାର୍ୟ୍ୟକ୍ରମ କରାଯାଉଛି ବୋଲି ସଂଗଠନର ସଦସ୍ୟ ଗୁରୁ ଗୋବିନ୍ଦ ସିଂହ ମାଝୀ ପ୍ରକାଶ କରିଥିଲେ । ସଂଗଠନର କ୍ଷେତ୍ର କର୍ମୀ ସୋଭାଗିନି ରଣାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପ୍ରକଳ୍ପ ସଂଯୋଜକ ସୁରେଶ କୁମାର ଚଲାନ, ସତ୍ୟ ମେହେର, ପରେଶ, ଦୁର୍ଗେଶ, ତୁଳାବତୀ ଓ ଚାଷୀ ପୁରନ୍ଦର ଭୋଇ, ଚକ୍ରପାଣି ସାହୁ, ଅନଙ୍ଗ ସାହୁ ସୁଧୀର ସାହୁ, ମାଳା ଦୀପ, ଅହଲ୍ୟା ମାଝୀ, ଭାର୍ଗବୀ ଭୋଇ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.