
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଁ ତାରାତାରିଣୀ ପୀଠ ଠାରେ ଅନୁଷ୍ଠିତ ହେଉଥିବା ଚୈତ୍ର ପର୍ବ ପାଳନ ଅବସରରେ ଭକ୍ତ ମାନଙ୍କ ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ଭଜନ ସମାରୋହ ଓ ଲୋକନୃତ୍ୟ ସଂସ୍କୃତି ଭାରତ ଲୀଳା ସୋମବାର ପରିବେଷଣ ହୋଇଯାଇଛି । ପ୍ରଥମ ପାଳି ଅବସରରେ ବହୁ ସ୍ଥାନରୁ ଆସିଥିବା ଭକ୍ତ ମାନଙ୍କ ନିମନ୍ତେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଗୁରୁ ଶ୍ରୀ ଗଣେଶ ପଟ୍ଟନାୟକ ତାଙ୍କ ଦଳ, ଅତି ସୁନ୍ଦର ଭକ୍ତି ସଙ୍ଗୀତ ପରିବେଷଣ କରିଥିଲେ । ପରେ ପରେ ଶ୍ରୀ ନୀଳକଣ୍ଠେଶ୍ଵର ନାଟ୍ୟ ସଂସଦ, କଣ୍ଟାଡୋରର କଳାକାର ଗଣ ଲୋକ ନୃତ୍ୟ ଭାରତଲୀଳା ପରିବେଷଣ ଗୁରୁ କେଶବ ଚନ୍ଦ୍ର ଆଚାର୍ଯ୍ୟ ଓ ତାଙ୍କ କଳାକାର ପରିବେଷଣ କରିଥିଲେ । ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ସଂସ୍କୃତି ଅଧିକାରୀ ରବି ନାରାୟଣ ବେହେରା ଉପସ୍ଥିତ ରହି ପରିଚାଳନା ଓ ତଦାରଖ କରିଥିଲେ । ଏଠାରେ ପ୍ରକାଶ ଥାଉକି, ଚୈତ୍ର ପର୍ବ ପାଳନ ଅବସରରେ ପ୍ରତି ପାଳିର ସୋମବାର ଦିନ ମାଁ ତାରାତାରିଣୀ ପୀଠ ପାହାଚ ସିଂହଦ୍ୱାର ଠାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି ।