centurian jitm

୫ଜି ଇନୋଭେସନ୍ ହ୍ୟାକାଥନ୍ ୨୦୨୫ ର ଶୁଭାରମ୍ଭ

● ୫ଜି ଇନୋଭେସନ୍ ହ୍ୟାକାଥନ୍ ୨୦୨୫ : ପ୍ରବେଶ ପାଇଁ ଆହ୍ଵାନ
● ଡିଓଟି ପକ୍ଷରୁ ୫ଜି ଇନୋଭେସନ୍ ହ୍ୟାକାଥନ୍ ୨୦୨୫ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା
● ଛଅ ମାସ ଅବଧିର ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ହେଉଛି ୫ଜିର ଉପଯୋଗ କରି ଅଭିନବ ପ୍ରୋଟୋଟାଇପ୍ ବିକଶିତ କରିବା
● ଏହି କାର୍ଯ୍ୟକ୍ରମ ୫ଜି ୟୁଜ୍ କେସ୍ ଲ୍ୟାବ୍‌ରେ ପରାମର୍ଶ, ପାଣ୍ଠି ଏବଂ ଉପଲବ୍ଧତା ପ୍ରଦାନ କରିବ
● ଅଂଶଗ୍ରହଣକାରୀ ବୌଦ୍ଧିକ ସମ୍ପତ୍ତି ଅଧିକାର ସହାୟତା ସମେତ ବ୍ୟବସାୟୀକରଣ ପାଇଁ ଅତିରିକ୍ତ ସହାୟତା ପାଇବେ
● ହ୍ୟାକାଥନ୍ ସ୍ନାତକ ଏବଂ ସ୍ନାତକୋତର ଛାତ୍ରଛାତ୍ରୀ, ଷ୍ଟାର୍ଟଅପ୍ ଏବଂ ପେଶାଦାରମାନଙ୍କ ପାଇଁ ଖୋଲା

ନୂଆଦିଲ୍ଲୀ, (ପିଆଇବି) : ଟେଲିଯୋଗାଯୋଗ ବିଭାଗ (ଡିଓଟି) ସାମାଜିକ ଏବଂ ଔଦ୍ୟୋଗିକ ଆହ୍ୱାନର ମୁକାବିଲା କରିବା ପାଇଁ ଅଭିନବ ୫ଜି ସଂଚାଳିତ ସମାଧାନର ବିକାଶକୁ ତ୍ୱରାନ୍ୱିତ କରିବା ଉଦ୍ଦେଶ୍ୟରେ ଏକ ଛଅ ମାସ ଅବଧିର କାର୍ଯ୍ୟକ୍ରମ ୫ଜି ଇନୋଭେସନ୍ ହ୍ୟାକାଥନ୍ ୨୦୨୫ ସମ୍ପର୍କରେ ଘୋଷଣା କରିଛି । ଛାତ୍ରଛାତ୍ରୀ, ଷ୍ଟାର୍ଟଅପ୍ ଏବଂ ପେସାଦାରମାନଙ୍କ ପାଇଁ ଖୋଲା ଥିବା ଏହି କାର୍ଯ୍ୟକ୍ରମ ୧୦୦ରୁ ଅଧିକ ୫ଜି ୟୁଜ୍ କେସ୍ ଲ୍ୟାବ୍‌କୁ ପରାମର୍ଶ, ପାଣ୍ଠି ଏବଂ ଆକସେସ୍ ପ୍ରଦାନ କରିଥାଏ, ଯାହା ଅଂଶଗ୍ରହଣକାରୀମାନଙ୍କୁ ଦୂରଦର୍ଶୀ ଚିନ୍ତାଧାରାକୁ ସ୍କେଲେବଲ୍ ଟେକ୍ନୋଲୋଜିରେ ପରିଣତ କରିବାରେ ସକ୍ଷମ କରିଥାଏ । ହ୍ୟାକାଥନ ମାଧ୍ୟମରେ ଏଆଇ ଦ୍ୱାରା ପରିଚାଳିତ ନେଟୱାର୍କର ରକ୍ଷଣାବେକ୍ଷଣ, ଆଇଓଟି-ସକ୍ଷମ ସମାଧାନ, ୫ଜି ପ୍ରସାରଣ, ସ୍ମାର୍ଟ ସ୍ଵାସ୍ଥ୍ୟ, କୃଷି, ଉଦ୍ୟୋଗ ଅଟୋମେସନ୍, ଅଣ-ସ୍ଥଳୀୟ ନେଟୱାର୍କ (ଏନ୍‌ଟିଏନ୍‌), ଡି୨ଏମ୍, ଭି୨ଏକ୍ସ ଏବଂ କ୍ୱାଣ୍ଟମ୍ କମ୍ୟୁନିକେସନ୍ ଭଳି ପ୍ରମୁଖ ୫ଜି ଆପ୍ଲିକେସନ୍ ଉପରେ କେନ୍ଦ୍ରିତ ପ୍ରସ୍ତାବ ଆହ୍ୱାନ କରାଯାଇଛି । ଅଂଶଗ୍ରହଣକାରୀମାନଙ୍କୁ ବାସ୍ତବ ଦୁନିଆର ସମସ୍ୟାଗୁଡିକର ସମାଧାନ ପାଇଁ ନେଟୱାର୍କ୍ ସ୍ଲାଇସିଂ, ସେବାର ଗୁଣବତ୍ତା (କ୍ୟୁଓଏସ୍) ଏବଂ କଲ୍-ଫ୍ଲୋ ପରି ୫ଜି ସୁବିଧାର ଲାଭ ଉଠାଇବାକୁ ଉତ୍ସାହିତ କରା ଯାଉଛି । ହ୍ୟାକାଥନ ଅଂଶଗ୍ରହଣକାରୀମାନଙ୍କୁ ସେମାନଙ୍କର ସୃଜନଶୀଳତାକୁ ପରବର୍ତ୍ତୀ ସ୍ତରକୁ ନେବାରେ ସାହାଯ୍ୟ କରିବା ପାଇଁ ଅନେକ ସମର୍ଥନ ପ୍ରଣାଳୀ ପ୍ରଦାନ କରେ । ଅଂଶଗ୍ରହଣକାରୀମାନଙ୍କୁ ସେମାନଙ୍କ ବୌଦ୍ଧିକ ସମ୍ପତ୍ତି (ଆଇପି)ର ବ୍ୟବସାୟୀକରଣ ପାଇଁ ଆଇପିଆର୍‌ ଫାଇଲିଂରେ ସହାୟତା ମିଳିବ ।

କାର୍ଯ୍ୟକ୍ରମ ଢାଞ୍ଚା ଏବଂ ସମୟସୀମା
ଏହି ହ୍ୟାକାଥନ୍ ଅନେକ ପର୍ଯ୍ୟାୟରେ ଅନୁଷ୍ଠିତ ହେବ, ପ୍ରତ୍ୟେକ ପର୍ଯ୍ୟାୟକୁ ପ୍ରସ୍ତାବ ଦାଖଲ ଠାରୁ ଆରମ୍ଭ କରି ଚୂଡ଼ାନ୍ତ ମୂଲ୍ୟାଙ୍କନ ପର୍ଯ୍ୟନ୍ତ ବିଚାରକୁ ପରିପୁଷ୍ଟ ଏବଂ ବିକଶିତ କରିବା ପାଇଁ ସତର୍କତାର ସହ ପ୍ରସ୍ତୁତ କରାଯାଇଛି । ପ୍ରଥମ ପର୍ଯ୍ୟାୟ ହେଉଛି ପ୍ରସ୍ତାବ ଦାଖଲ ପର୍ଯ୍ୟାୟ, ଯାହା ଅଂଶଗ୍ରହଣକାରୀମାନଙ୍କୁ ସେମାନଙ୍କର ବ୍ୟାପକ ବିଚାର, ସେମାନଙ୍କର ସମସ୍ୟା ବିବରଣୀ, ପ୍ରସ୍ତାବିତ ସମାଧାନ ଏବଂ ଆଶାନୁରୂପ ପ୍ରଭାବ ସମ୍ପର୍କରେ ସୂଚିତ କରି ନିଜର ପ୍ରସ୍ତାବ ଦାଖଲ କରିବା ପାଇଁ ଆମନ୍ତ୍ରଣ କରେ । ପ୍ରତ୍ୟେକ ଅନୁଷ୍ଠାନକୁ ଟେଲି ଯୋଗାଯୋଗ ବିଭାଗର (ଡିଓଟି) ସ୍କ୍ରିନିଂ ପାଇଁ ପାଞ୍ଚଟି ପ୍ରସ୍ତାବ ସୁପାରିସ କରିବା ଲାଗି ସୁଯୋଗ ମିଳିବ ଏବଂ ଆଞ୍ଚଳିକ କମିଟି ଆଗାମୀ ମୂଲ୍ୟାୟନ ପାଇଁ ଶ୍ରେଷ୍ଠ ପ୍ରବେଶିକାକୁ ଚୟନ କରିବେ ।
ଥରେ ପ୍ରସ୍ତାବ ଚୟନ ହେବା ପରେ ଆଞ୍ଚଳିକ ସର୍ଟଲିଷ୍ଟିଂ ପର୍ଯ୍ୟାୟରେ ମନୋନୀତ ଦଳ (୧୫୦ – ୨୦୦ ପ୍ରସ୍ତାବ) ସେମାନଙ୍କ ବିଚାରକୁ ବୃଦ୍ଧି କରିବା ପାଇଁ ମାର୍ଗଦର୍ଶନ ପାଇବେ । ଶ୍ରେଷ୍ଠ ୨୫ରୁ ୫୦ଟି ଦଳ ପ୍ରଗତି ପର୍ଯ୍ୟାୟରେ ପହଞ୍ଚିବେ, ଯେଉଁଠାରେ ସେମାନଙ୍କୁ ତିନି ମାସ (ଜୁନ୍ ୧୫ରୁ ସେପ୍ଟେମ୍ବର ୧୫, ୨୦୨୫) ମଧ୍ୟରେ ସେମାନଙ୍କର ପ୍ରୋଟୋଟାଇପ୍ ବିକଶିତ କରିବା ପାଇଁ ପ୍ରତି ସିଡ୍ ଫଣ୍ଡ (ପ୍ରାରମ୍ଭିକ ଆର୍ଥିକ ସହାୟତା ପାଣ୍ଠି)ରେ ୧,୦୦,୦୦୦ ଟଙ୍କା ପ୍ରଦାନ କରାଯିବ । ଏହି ପର୍ଯ୍ୟାୟରେ ଅଂଶଗ୍ରହଣକାରୀମାନେ ନିଜର ବିଚାରକୁ ଅଧିକ ମାର୍ଜିତ କରିବା ପାଇଁ ପରାମର୍ଶ ସହାୟତା ପାଇବେ, ୫ଜି ୟୁଜ୍ କେସ୍ ଲ୍ୟାବ୍‌ର ଉପଲବ୍ଧତା ରହିବ ଏବଂ ଭିତ୍ତିଭୂମି ପରୀକ୍ଷଣର ଲାଭ ପାଇବେ । ଯଦି କୌଣସି ସମାଧାନକୁ ଆଇପିଆରରେ ରୂପାନ୍ତରିତ କରାଯାଇପାରିବ, ତେବେ ଆଇପିଆର୍‌ ଫାଇଲିଂ ପାଇଁ ଆବଶ୍ୟକ ସମର୍ଥନ ପ୍ରଦାନ କରାଯିବ । ୨୦୨୫ ସେପ୍ଟେମ୍ବର ଶେଷ ଭାଗରେ ଚୂଡ଼ାନ୍ତ ପର୍ଯ୍ୟାୟ ମୂଲ୍ୟାୟନ ଏବଂ ପ୍ରଦର୍ଶନୀ ଅନୁଷ୍ଠିତ ହେବ, ଯେଉଁଠାରେ ପ୍ରତ୍ୟେକ ଦଳ ସରକାର, ଏକାଡେମିଆ ଏବଂ ଉଦ୍ୟୋଗ କ୍ଷେତ୍ରର ୫ – ୭ ଜଣ ବିଶେଷଜ୍ଞଙ୍କୁ ନେଇ ଗଠିତ ବୈଷୟିକ ବିଶେଷଜ୍ଞ ମୂଲ୍ୟାୟନ କମିଟି (ଟିଇଇସି)ରେ ସେମାନଙ୍କର ପ୍ରୋଟୋଟାଇପ୍ ଉପସ୍ଥାପନ କରିବେ । ମୂଲ୍ୟାୟନ ଚାରିଟି ପ୍ରମୁଖ ମାନଦଣ୍ଡ ଉପରେ ଆଧାରିତ ହେବ, ସେଗୁଡିକ ହେଉଛି ବୈଷୟିକ କାର୍ୟ୍ୟକାରିତା (୪୦%), ସ୍କେଲେବିଲିଟି ଏବଂ ବଜାର ପ୍ରସ୍ତୁତି (୪୦%),ସାମାଜିକ ଓ ଶିଳ୍ପ ପ୍ରଭାବ (୧୦%) , ଏବଂ ନୂତନତ୍ଵ (୧୦%) । ଅକ୍ଟୋବର ୨୦୨୫ରେ ବିଜେତା ମାନଙ୍କର ନାମ ଘୋଷଣା କରାଯିବ ଏବଂ ଦେଶର ଅନ୍ୟତମ ସମ୍ମାନଜନକ ଟେକ୍ ଇଭେଣ୍ଟ ଇଣ୍ଡିଆ ମୋବାଇଲ୍ କଂଗ୍ରେସ (ଆଇଏମ୍‌ସି) ୨୦୨୫ରେ ଶୀର୍ଷ ଦଳମାନେ ସେମାନଙ୍କର ଉଦ୍ଭାବନ ପ୍ରଦର୍ଶନ କରିବେ ।
ପୁରସ୍କାର ଓ ମାନ୍ୟତା
ବିଜେତାମାନେ ଗୁରୁତ୍ୱପୂର୍ଣ୍ଣ ପୁରସ୍କାରରେ ପୁରସ୍କୃତ ହେବେ, ଯେଉଁଥିରେ ପ୍ରଥମ ସ୍ଥାନ ପାଇଁ ୫ ଲକ୍ଷ ଟଙ୍କା, ଉପବିଜେତାଙ୍କୁ ୩ ଲକ୍ଷ ଟଙ୍କା ଓ ଦ୍ୱିତୀୟ ଉପବିଜେତାଙ୍କୁ ୧ ଲକ୍ଷ ୫୦ ହଜାର ଟଙ୍କା ପ୍ରଦାନ କରାଯିବ । ଏଥିସହିତ ଶ୍ରେଷ୍ଠ ବିଚାର ଏବଂ ସବୁଠାରୁ ଅଭିନବ ପ୍ରୋଟୋଟାଇପ୍ ପାଇଁ ସ୍ୱତନ୍ତ୍ର ଭାବେ ପ୍ରତ୍ୟେକକୁ ୫୦,୦୦୦ ଟଙ୍କା ଲେଖାଏଁ ପ୍ରଦାନ କରାଯିବ । ୧୦ଟି ଲ୍ୟାବ୍‌କୁ ଶ୍ରେଷ୍ଠ ୫ଜି ୟୁଜ୍ କେସ୍ ପାଇଁ ପ୍ରଶଂସା ପତ୍ର ଦିଆଯିବ ଏବଂ ସବୁଠାରୁ ଉତ୍ତମ ବିଚାର ପାଇଁ ଉଦୀୟମାନ ଅନୁଷ୍ଠାନ ପକ୍ଷରୁ ଗୋଟିଏ ସାର୍ଟିଫିକେଟ୍ ପ୍ରଦାନ କରାଯିବ । ଦେଢ଼ କୋଟି ଟଙ୍କାର ବଜେଟରେ ସମର୍ଥିତ ଏହି କାର୍ଯ୍ୟକ୍ରମରେ ସିଡ୍ ଫଣ୍ଡ, ଆଇପିଆର୍ ସହାୟତା, ପରାମର୍ଶ ଏବଂ ପରିଚାଳନା ଖର୍ଚ୍ଚକୁ ଅନ୍ତର୍ଭୁକ୍ତ କରାଯାଇଛି । ଏହାର ଲକ୍ଷ୍ୟ ହେଉଛି ୫୦ରୁ ଅଧିକ ସ୍କେଲେବଲ୍ ୫ଜି ପ୍ରୋଟୋଟାଇପ୍ ବିକଶିତ କରିବା, ୨୫+ ପେଟେଣ୍ଟ ସୃଷ୍ଟି କରିବା, ଶିକ୍ଷା – ଉଦ୍ୟୋଗ – ସରକାରୀ ସହଯୋଗକୁ ସୁଦୃଢ଼ କରିବା ଏବଂ ଷ୍ଟାର୍ଟଅପ୍ ସୃଷ୍ଟିକୁ ସମର୍ଥନ କରିବା । ୧୫ ମାର୍ଚ୍ଚରୁ ୧୫ ଏପ୍ରିଲ ୨୦୨୫ ପର୍ଯ୍ୟନ୍ତ ପ୍ରସ୍ତାବ ଦାଖଲ, ୨୦୨୫ ଅକ୍ଟୋବର ପହିଲାରେ ଚୂଡ଼ାନ୍ତ ବିଜେତା ଘୋଷଣା ଏବଂ ଦ୍ୱି-ସାପ୍ତାହିକ ଅଗ୍ରଗତି ରିପୋର୍ଟ ଏବଂ ଏକ କେନ୍ଦ୍ରୀଭୂତ ଟ୍ରାକିଂ ଡ୍ୟାସବୋର୍ଡ ମାଧ୍ୟମରେ ମାଇଲଖୁଣ୍ଟ ପୂରଣ ସୁନିଶ୍ଚିତ କରିବା ପାଇଁ ଏକ କଠୋର ସମୟସୀମା ଅନ୍ତର୍ଭୁକ୍ତ । ସହଯୋଗ ଏବଂ ଅଭିନବତାକୁ ପ୍ରୋତ୍ସାହିତ କରି ୫ଜି ଟେକ୍ନୋଲୋଜିର ପରିବର୍ତ୍ତନଶୀଳ ସମ୍ଭାବନାକୁ ଉପଯୋଗ କରିବା ପାଇଁ ୫ଜି ଇନୋଭେସନ୍ ହ୍ୟାକାଥନ୍ ୨୦୨୫କୁ ଡିଜାଇନ୍ କରାଯାଇଛି । ଲ୍ୟାବ ଗବେଷଣା ଏବଂ ବଜାର ପାଇଁ ପ୍ରସ୍ତୁତ ସମାଧାନର ବ୍ୟବଧାନକୁ ପୂରଣ କରି ଏହି ହ୍ୟାକାଥନ ୫ଜି ଉଦ୍ଭାବନ କ୍ଷେତ୍ରରେ ଅଗ୍ରଣୀ ହେବା ପାଇଁ ଭାରତର ଦୃଷ୍ଟିକୋଣ ସହ ଯୋଡ଼ି ହୋଇଛି ।

Leave A Reply

Your email address will not be published.