csstore

କାଠ ବୋଝେଇ ମହିନ୍ଦ୍ରା ମ୍ୟାକ୍ସ ପିକ୍‌ଅପ୍‌ ଗାଡ଼ି ଜବତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ବ୍ଲକ ବୋଡ଼େନ ଥାନା ଅନ୍ତର୍ଗତ ଧଉଁଲିବାହାଲ ଗ୍ରାମ ଠାରେ ବିଜା ଗଣ୍ଡି ଚୋରି କରି ନେଉଥିବା (ଓଆର୍‌ ୦୩ ଡି ୧୮୩୨) ମହିନ୍ଦ୍ରା ମ୍ୟାକ୍ସ ପିକ୍‌ଅପ୍‌ ଗାଡ଼ିକୁ ବନ ବିଭାଗ ଜବତ କରିଛି । ତେବେ ଜବତ କାଠ ୪୦ ସିଏଫ୍ଟି ହୋଇଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ୪୮୦୦୦ ଟଙ୍କା ହେବ ବୋଲି ରେଞ୍ଜର ଶ୍ରୀ ଜଗଦଳା ସୂଚନା ଦେଇଛନ୍ତି । ମିଳିଥିବା ସୂଚନାନୁଯାୟୀ ଗତକାଲି ବିଳମ୍ବିତ ରାତ୍ରିରେ ଗନ୍ଧମାର୍ଦ୍ଦନ ରିଜର୍ଭ ଜଙ୍ଗଲ ଠାରେ ପିକ୍‌ଅପ୍‌ ଯୋଗେ ମୂଲ୍ୟବାନ ବିଜା କାଠ ଚାଲାଣ ହେଉଥିବା ବିଶ୍ଵସ୍ଥ ସୂତ୍ରରୁ ଖବର ପାଇ ପଦ୍ମପୁର ବନାଞ୍ଚଳ ଅଧିକାରୀ ସୁଦାମ ଜଗଦଲା, ବନପାଳ ସରୋଜ କୁମାର ସାହୁ, ଚିନ୍ମୟୀ ମହାପାତ୍ର, ସ୍କ୍ୱାର୍ଡ ମାଧବ ଖର୍ସେଲ, ରଞ୍ଜନ ଭଏସା, ମାନ ଠେଠୁଆ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ପିକ୍‌ଅପ୍‌ ଗାଡ଼ିକୁ ଜବତ କରିଥିବା ବେଳେ ଅନ୍ଧାର ରାତି ଓ ଘଞ୍ଚ ଜଙ୍ଗଲର ସୁଯୋଗ ନେଇ ଡ଼୍ରାଇଭର ସମେତ ଅନ୍ୟମାନେ ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିଲେ । ତେବେ ଉକ୍ତ ଗାଡିକୁ ପଦ୍ମପୁର ରେଞ୍ଜ କର୍ଯ୍ୟାଳକୁ ଆଣିଥିବା ବେଳେ ଗାଡି ମାଲିକକୁ ଚିହ୍ନଟ କରି ଏକ ମାମଲା ରୁଜୁ କରାଯାଇ ଅଧିକରୁ ଅଧିକ ତଦନ୍ତ ଜାରି ରଖିଥିବା ରେଞ୍ଜର ସୂଚନା ଦେଇଛନ୍ତି ।

jayashree
Leave A Reply

Your email address will not be published.