oom

ନୀଳକଣ୍ଠେଶ୍ଵର ଦେବ ଡେଲାଙ୍ଗ ପଞ୍ଚୁଦୋଳ ମେଲଣ ଉଦ୍‌ଯାପିତ

jsmm

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ଡେଲାଙ୍ଗ ପଞ୍ଚୁଦୋଳ ମେଲଣ ସୋମବାର ପାରମ୍ପରିକ ନୀତି ଅନୁଯାୟୀ ହରିହର ଭେଟ ପାରସ୍ପରିକ ଫଗୁ ବିନିମୟର ଉଦଯାପିତ ହୋଇଯାଇଛି । ୧୫ ତାରିଖ ମଧ୍ୟ ରାତ୍ରରୁ ଆକର୍ଷଣୀୟ ଆତସବାଜୀ ବାଣ ପ୍ରଦର୍ଶନୀ, ନଦିଆ ସଂକୀର୍ତ୍ତନ ମଣ୍ଡଳି, ବାଜା, ତୁରୀ, ଘଣ୍ଟ ବାଦ୍ୟ, ଶଙ୍ଖ ଧ୍ୱନି ମଧ୍ୟରେ ସ୍ଥାନାଧିପତି ଶ୍ରୀ ନୀଳକଣ୍ଠେଶ୍ଵର ଦେବଙ୍କ ସହ ଆଖପାଖ ଗ୍ରାମର ୪୨ ଠାକୁରଙ୍କ ବିରାଟ ଶୋଭାଯାତ୍ରାରେ ହଜାର ହଜାର ଭକ୍ତ ଶ୍ରଦ୍ଧାଳୁଙ୍କ ଗ୍ରହଣରେ ମେଲଣ ପଡିଆରେ ବିଜେ କରିଥିଲେ । ଆଧ୍ୟାତ୍ମିକ ପରିବେଶରେ ସମଗ୍ର ଅଞ୍ଚଳ ପ୍ରକମ୍ପିତ ହୋଉଥିଲା । ମେଲଣ କମିଟିର କର୍ମକର୍ତ୍ତାମାନେ ଏଥିରେ ସହଯୋଗ କରିଥିଲେ । ରାତି ତମାମ ମେଲୋଡି, ନୃତ୍ୟ, ସଂଗୀତ, ଭଜନ ଆଦି ବିଭିନ୍ନ ସାସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା । ସୋମବାର ଠାକୁରଙ୍କ ନୀତିକାନ୍ତି ଅନୁଯାୟୀ ପୂଜାର୍ଚ୍ଚନା ପରେ ସନ୍ଧ୍ୟାରେ ହରିହର ଭେଟ ପୂର୍ବକ ମେଳଣ ଉତ୍ସବ ସମାପନ ହୋଇଥିଲା ।

jittmm
Leave A Reply

Your email address will not be published.