ବ୍ରହ୍ମପୁର : ସାଂସଦ ପ୍ରତିନିଧି ତଥା ଗଡଗୋବିନ୍ଦପୁର ପୂର୍ବତନ ସରପଞ୍ଚ କେ ହରିବନ୍ଧୁ ରେଡ୍ଡୀଙ୍କୁ ଦିଗପହଣ୍ଡିରେ ଆକ୍ରମଣ । ମନରେଗା କାମକୁ ନେଇ ଆକ୍ରମଣ ହୋଇଥିବା ଅଭିଯୋଗ । ଗୁରୁତର ଅବସ୍ଥାରେ ହରିବନ୍ଧୁ ରେଡ୍ଡୀଙ୍କୁ ପ୍ରଥମେ ଚିକିଟି ମେଡ଼ିକାଲରେ ଭର୍ତ୍ତି କରିଥିଲେ । ସେଠାରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିବାରୁ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି । ଏନେଇ ଦିଗପହଣ୍ଡି ପୋଲିସକୁ ଖବର ଦିଆଯାଇଥିବା ଜଣାପଡିଛି ।ସୂଚନାଯୋଗ୍ୟ ଯେ, ଗଡ଼ଗୋବିନ୍ଦପୁରରେ ହୋଲି ଖେଳକୁ ନେଇ ଗାଁର ୨ ଦୁଇ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ହୋଇଥିଲା । ସଂଘର୍ଷରେ ଉଭୟ ଗୋଷ୍ଠୀ ଆହତ ହୋଇଥିବା ବେଳେ ପୂର୍ବତନ ସରପଞ୍ଚ କେ ହରିବନ୍ଧୁ ରେଡ୍ଡୀ ଗୁରୁତର ହୋଇଛନ୍ତି । ତାଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରଯାଇଛି । ଅନ୍ୟପଟେ ଆକ୍ରମଣକାରୀଙ୍କୁ ଧରିବା ପାଇଁ ପୋଲିସ ଛାନ୍ଭିନ୍ ଆରମ୍ଭ କରିଛି ।
Prev Post