ମେଟ୍ରୋ ରେଳ ପ୍ରକଳ୍ପର ଡିପିଆର ପରିବର୍ତ୍ତନ ହୋଇପାରେ : ସାମିଲ ହୋଇପାରେ ପୁରୀ

ଭୁବନେଶ୍ୱର : ମେଟ୍ରୋ ପ୍ରକଳ୍ପ ନେଇ ନଗର ଉନ୍ନୟନ ମନ୍ତ୍ରୀଙ୍କ ବଡ଼ ସୂଚନା । ଶ୍ରୀକ୍ଷେତ୍ରକୁ ଗଡ଼ିପାରେ ମେଟ୍ରୋ । ପୁରୀ ପର୍ଯ୍ୟନ୍ତ ମେଟ୍ରୋ ଗଡ଼ିବା ନେଇ ଅନୁଧ୍ୟାନ ଚାଲିଛି ବୋଲି ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣ ଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି । ପରିବର୍ତ୍ତନ ହୋଇପାରେ ମେଟ୍ରୋରଡିପିଆର । ଏ ନେଇ ରାଜ୍ୟ ସରକାର ଉଚ୍ଚ ସ୍ତରୀୟ କମିଟି ଗଠନ କରିଛନ୍ତି । ଯେଉଁ ଯେଉଁ ଜାଗାରେ ମେଟ୍ରୋ ରେଳ ଚାଲିଛି କମିଟି ଅନୁଧ୍ୟାନ କରିବ । ପ୍ରକଳ୍ପ କେମିତି ଲୋକଙ୍କ କାମରେ ଅଧିକ ଆସିପାରିବ ସେ ନେଇ ମଧ୍ୟ କମିଟି ଅନୁଧ୍ୟାନ କରିବ । କେମିଟି ସବୁ ଦିଗକୁ ଅନୁଧ୍ୟାନ କରି ନିଷ୍ପତ୍ତି ନେବ । ରାଜ୍ୟ ସରକାରଙ୍କୁ ସର୍ବିଶେଷ ରିପୋର୍ଟ ଦେବା ପରେ ଆଗକୁ ଏହାକୁ ନେଇ ବଡ ନିଷ୍ପତ୍ତି ନିଆଯିବ । ସ୍ଵତନ୍ତ୍ର କମିଟିରେ ନଗର ଉନ୍ନୟନ ବିଭାଗର ସହିତ ପରିବହନ ବିଭାଗର ଅଧିକାରୀ ଅଛନ୍ତି । ଏହା ସହିତ ବାହାରୁ ୪ ଜଣ ମେଟ୍ରୋ ଏକ୍ସପର୍ଟ କମିଟିରେ ଅଛନ୍ତି ।

Leave A Reply

Your email address will not be published.