ଆଗଲପୁର ବ୍ଲକସ୍ତରୀୟ ଯୁଗ୍ମ ଅଭିେଯାଗ ଶିବିର ଆସନ୍ତା ୧୭ରେ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର (ଡୁଡୁକା) ବ୍ଲକ ମିଶନ ଶକ୍ତି ଭବନରେ ଆସନ୍ତା ୧୭ ତାରିଖ ସୋମବାର ଦିନ ବ୍ଲକସ୍ତରୀୟ ଯୁଗ୍ମ ଅଭିେଯାଗ ଶୁଣାଣି ଶିବିର ଅନୁଷ୍ଠିତ ହେବା ନେଇ ସୂଚନା ମିଳିଛି । ତେଣୁ ଉକ୍ତ ଶିବିରରେ ଆଗଲପୁର ବ୍ଲକର ସମସ୍ତ ଗ୍ରାମ ପଂଚାୟତର ଜନସାଧାରଣ ବହୁସଂଖ୍ୟାରେ ଉପସ୍ଥିତ ରହି ନିଜ ନିଜ ଅଭିେଯାଗ ଦାଖଲ କରିବା ପାଇଁ ବ୍ଲକ କାର୍ୟ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ବଲାଙ୍ଗିର ଜିଲ୍ଲାପାଳଙ୍କ ପତ୍ରସଂଖ୍ୟା ଅନୁଯାୟୀ ସୋମବାର ଦିନ ଧାର୍ୟ୍ୟ ହୋଇଥିବା ବ୍ଲକ କାର୍ୟ୍ୟାଳୟ ସୂତ୍ରରୁ ସୂଚନା ମିଳିଛି । ତେଣୁ ଆସନ୍ତା ୧୭ ତାରିଖ ସୋମବାର ଦିନ ୧୦.୩୦ଟା ସମୟରେ ବ୍ଲକ କାର୍ୟ୍ୟାଳୟରେ ଉପସ୍ଥିତ ରହି ନିଜ ନିଜ ଅଭିଯୋଗ ଗୁଡିକ ଅଭିେଯାଗ ପ୍ରକୋଷ୍ଠରେ ଦାଖଲ କରିବା ପାଇଁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.