csstore

ଭୁବନେଶ୍ୱର ଗସ୍ତରେ ହ୍ୟାଣ୍ଡବଲ ପୁରୁଷ ଦଳ

ବ୍ରହ୍ମପୁର : ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ କ୍ରୀଡ଼ା ପରିଷଦ ପକ୍ଷରୁ ଆଜି ପୁରୁଷ ହ୍ୟାଣ୍ଡବଲ୍ ଦଳ ଭୁବନେଶ୍ୱର ଗସ୍ତ କରିଛନ୍ତି । ଭୁବନେଶ୍ୱରସ୍ଥିତ କିଟ୍ ବିଶ୍ଵବିଦ୍ୟାଳୟଠାରେ ଚଳିତ ମାସ ୧୬ ଠାରୁ ୧୮ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ପୂର୍ବାଞ୍ଚଳ ଅନ୍ତଃ ବିଶ୍ଵବିଦ୍ୟାଳୟ ପ୍ରତିଯୋଗିତାରେ ଭାଗ ନେବେ । ଦଳରେ ବିଷମ କଟକ ମା’ ମାର୍କାମା ଯୁକ୍ତ ୩ କଲେଜର ରମେଶ ହିକାକା, କୃଷ୍ଣ ଟିଆକା, ଦିଲୀପ ବେହେରା, ରୋହିତ ଡାକୁଆ, ବ୍ରହ୍ମପୁର ସିଟି କଲେଜର ରାକେଶ ସାହୁ, ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପିଜି ବିଭାଗର ସନ୍ଦୀପ ଦାସ, ସାର୍ଥକ ଦର୍ଶନ ଜାଲି, ନିର୍ମଳ ପ୍ରଧାନ, କରନ ପ୍ରଧାନ, ଅଜିତ ଦାସ, ବ୍ରହ୍ମପୁର ଇମ୍ପିରିଆଲ କଲେଜର ଜେ. ହେମନ୍ତ, ଚିନଗା ସାଇ କିରନ ଦଳରେ ରହିଥିବାବେଳେ ମ୍ୟାନେଜର ଭାବେ ପୋଲସରା ସାଇନ୍ସ କଲେଜର ପିଇଟି ଦୀପକ ସ୍ୱାଇଁ, କୋଚ ଭାବେ ବ୍ରହ୍ମପୁରର ବିକାଶ ସାମଲ ଦଳରେ ଗସ୍ତ କରିଛନ୍ତି । ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ କ୍ରୀଡ଼ା ପରିଷଦ ପକ୍ଷରୁ କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ, କ୍ରୀଡା ପରିଷଦ ସମ୍ପାଦକ ଡ଼. ସାରଦା ପ୍ରସାଦ ସାହୁ, ରାଜେଶ ମହାନ୍ତି, ପ୍ରଶାନ୍ତ ରଥ, ସୁରେଶ ଚନ୍ଦ୍ର ପାଢି, ରବି ଚରଣ ମିଶ୍ର, ପ୍ରଦୀପ ନାୟକ ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି ।

jayashree
Leave A Reply

Your email address will not be published.