କଟକ : କଟକ ସହରର ମୁକୁଳା ଡ୍ରେନକୁ ନେଇ ଅଭିନବ ପ୍ରତିବାଦ । ମୁକୁଳା ଡ୍ରେନ ଭିତରେ ପଶି କଟକ ୫୩ନମ୍ବର ୱାର୍ଡ଼ର ସାମାଜିକ କର୍ମୀ ବ୍ୟୋମକେଶ କାନୁନଗୋ କରିଛନ୍ତି ଅଭିନବ ପ୍ରତିବାଦ । ବ୍ୟୋମକେଶ ମୁକୁଳା ଡ୍ରେନ ନେଇ ବାରମ୍ବାର ସିଏମସି ରେ ଅଭିଯୋଗ କରିବା ପରେ ମୁକୁଳା ଡ୍ରେନ ସମସ୍ୟାର ସମାଧାନ ନ କରିବାରୁ ଏଭଳି ପ୍ରତିବାଦ କରିଥିବା କହିଛନ୍ତି । ୨୦୨୨ମସିହାରୁ ଏଭଳି ସମସ୍ୟା ଥିଲେ ମଧ୍ୟ କିଛି ପଦକ୍ଷେପ ଗ୍ରହଣ କରାଯାଇନଥିବା ବ୍ୟୋମକେଶ ଅଭିଯୋଗ କରିଛନ୍ତି । ଗତ ୧୩ତାରିଖ ଯାଏଁ ସିଏମସିକୁ ବ୍ୟୋମକେଶ ଡେଡ୍ ଲାଇନ ଦେଇଥିଲେ । ହେଲେ ସିଏମସି ପଦକ୍ଷେପ ଗ୍ରହଣ ନ କରିବାରୁ ଆଜି ସେ ଏଭଳି ପ୍ରତିବାଦ କରିଥିବା କହିଛନ୍ତି ।