ସୁବର୍ଣ୍ଣପୁର, (କେପିଏନ୍ଏସ୍) : ଭାରତୀୟ ରେଡ଼କ୍ରସ ସୋସାଇଟି ଓଡ଼ିଶା ରାଜ୍ୟ ଶାଖା ସହାୟତାରେ ସୁବର୍ଣ୍ଣପୁର ଜିଲ୍ଲା ଜୁନିୟର ରେଡ଼କ୍ରସ ପରାମର୍ଶଦାତା ତାଲିମ ଶିବିର ଜିଲ୍ଲା ଶିକ୍ଷା ଅଧିକାରୀ ମିନାରାଣୀ ମଙ୍ଗଳଙ୍କ ତତ୍ତ୍ୱାବଧାନରେ ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ପିଏମଶ୍ରୀ ସୁବଳୟା ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ କାର୍ଯ୍ୟକ୍ରମର ଦ୍ୱିତୀୟ ଦିନରେ ବିଭିନ୍ନ ଶିକ୍ଷଣ କାର୍ଯ୍ୟକ୍ରମ ସଫଳତା ସହିତ ସମାପନ ହୋଇଯାଇଛି । ଏଡିଇଓ ତଥା ଜିଲ୍ଲା ଜୁନିୟର ରେଡ଼କ୍ରସ ସମ୍ପାଦକ ମଞ୍ଜୁଲତା ଭୋଇ ଓ ଜିଲ୍ଲା ଜୁନିୟର ରେଡ଼କ୍ରସ ଅଧିକାରୀ ରବିଚନ୍ଦ୍ର ପଶାୟତଙ୍କ ମିଳିତ ସହଯୋଗରେ ଅନୁଷ୍ଠିତ ହୋଇଥିଲା । ସାଧନକର୍ମୀ ହୃଷିକେଶ ଡାଙ୍ଗ ଦ୍ଵାରା ରେଡ଼କ୍ରସର ବିଭିନ୍ନ ଚିହ୍ନ, ସାଙ୍କେତ ବିଷୟରେ, ସାଧନକର୍ମୀ ଧର୍ମରାଜ ପ୍ରଧାନ ଦ୍ଵାରା ବିଦ୍ୟାଳୟ ସୁରକ୍ଷା ବିଷୟରେ, ସାଧନକର୍ମୀ ଗୌରୀଶଙ୍କର ପୂଜହାରୀ ଦ୍ଵାରା ଜଳବାୟୁ ପରିବର୍ତ୍ତନ ବିଷୟରେ ସାଧନକର୍ମୀ ନିମାଇଁ ଚରଣ ମଲ୍ଲିକ ଦ୍ଵାରା ବିପର୍ଯ୍ୟୟ ପରିଚାଳନା ବିଷୟରେ, ସାଧନକର୍ମୀ ଆଶିଷ ନାୟକ, ସସ୍ମିତା ସାହୁ, ତପସ୍ୱିନୀ ଦାଶ, ରାମ ନାରାୟଣ ଦାଶ, ପ୍ରଭାକର ଛନ୍ଦ ଦ୍ଵାରା ପ୍ରାଥମିକ ଚିକିତ୍ସା ବିଷୟରେ, ବରଗଡ଼ ଜିଲ୍ଲାର ଜୁନିୟର ରେଡ଼କ୍ରସ ଅଧିକାରୀ ହେମନ୍ତ ବେମାଲ ଓ ସାଧନକର୍ମୀ ଗୋପେଶ ପଣ୍ଡା ଦ୍ଵାରା ସଡକ ସୁରକ୍ଷା ବିଷୟରେ, ସାଧନକର୍ମୀ ଲେଫେଣ୍ଟନ ଡ଼ଃ. ଆଶିଷ ଅଗ୍ରୱାଲ ଦ୍ଵାରା ସାଇବର ସୁରକ୍ଷା ବିଷୟରେ, ସାଧନକର୍ମୀ ଅମ୍ଭୁଜ କୁମାର ଶଥପତୀ ଦ୍ଵାରା ଶିଶୁ ସୁରକ୍ଷା ଓ ଅଧିକାର ବିଷୟରେ ଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ୬୦ଜଣ ଜୁନିୟର ରେଡ଼କ୍ରସ କାଉନସେଲର ପ୍ରଶିକ୍ଷଣ ଅଂଶଗ୍ରହଣ କରିଥିଲେ । ସନ୍ଧ୍ୟାରେ ଜୁନିୟର ରେଡ଼କ୍ରସ କାଉନସେଲର ଦ୍ଵାରା ସାଂକୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଶିବିରରେ ବିଦ୍ୟାଳୟ ପ୍ରଧାନଶିକ୍ଷକ ସ୍ୱର୍ଣ୍ଣଲତା ବେହେରା, ସାଧନକର୍ମୀ ଚନ୍ଦ୍ରମଣୀ ବାଘ, ଚନ୍ଦ୍ରଶେଖର ମହାପାତ୍ର, ହେମନ୍ତ ମେହେର, ଜଗଦୀଶ ଦାଶ, ବଳରାମ ପୁରହିତ, ବୈକୁଣ୍ଠ ନାୟକ ପ୍ରମୁଖ ସହଯୋଗ କରିଥିଲେ ।