ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ପଞ୍ଚାୟତ ସମିତି ଡ଼ିଗ୍ରୀ ମହାବିଦ୍ୟାଳୟରେ ଚାଲିଥିବା ମହିଳା ଆତ୍ମସୁରକ୍ଷା ତାଲିମ ଶିବିର ବୁଧବାର ଉଦ୍ଯାପିତ ହୋଇଯାଇଛି । ଡ଼ିଗ୍ରୀ ମହାବିଦ୍ୟାଳୟ ଅଧ୍ୟକ୍ଷ ସରୋଜ କୁମାର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍ଯାପନୀ ଶିବିରରେ ମୁରିବାହାଲ ଥାନାର ମହିଳା ସବଇନ୍ସପେକ୍ଟର ପଙ୍କଜିନୀ ବାଗ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଛାତ୍ରୀମାନଙ୍କୁ ଆତ୍ମ ସୁରକ୍ଷା ସମ୍ପର୍କରେ ପରାମର୍ଶ ଦେଇଥିଲେ । ବରିଷ୍ଠ ଓଡ଼ିଆ ଅଧ୍ୟାପକ ଦିଲ୍ଲୀପ କୁମାର ପସାୟତ ସମ୍ମାନିତ ଅତିଥି ରୂପେ ଯୋଗଦେଇ ମତବ୍ୟକ୍ତ କରିଥିଲେ । ମାଷ୍ଟର ଟ୍ରେନର ଯାଜ୍ଞସେନୀ ମାଝୀ ଛାତ୍ରୀମାନଙ୍କୁ ଆତ୍ମସୁରକ୍ଷା ତାଲିମ ପ୍ରଦାନ କରିଥିଲେ । ଏଥିରେ ୭୮ଜଣ ଛାତ୍ରୀ ଏହି ଆତ୍ମସୁରକ୍ଷା ତାଲିମ ଗ୍ରହଣ କରିଥିଲେ । କାର୍ଯ୍ୟକ୍ରମକୁ ପ୍ରୋଗ୍ରାମ କୋର୍ଡିନେଟର ଅଧ୍ୟାପିକା ସରିତା ରଣା ସଂଯୋଜନା କରିଥିବା ବେଳେ ଅଧ୍ୟାପକ ବିଘ୍ନରାଜ ରଣା ସଭା ପରିଚାଳନା କରିଥିଲେ । ଅଧ୍ୟାପିକା ସରିତା ରଣା ଧନ୍ୟବାଦ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରଛାତ୍ରୀ ସହଯୋଗ କରିଥିଲେ ।