ରାମଲୀଳା ନାଟକର ସଂକଳ୍ପ ପୂଜା : ଅଭିନୟ ଲାଗି ଆଖଡାଶାଳ ପ୍ରସ୍ତୁତି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସହରର ସର୍ବ ପୁରାତନ ରାମଜୀ ନାଟକ ସଂସଦ ୧୫୫ ବର୍ଷ ପୂର୍ତ୍ତି ଅବସରରେ ଆସନ୍ତା ମାର୍ଚ୍ଚ ୧୨ରୁ ଏପ୍ରିଲ ୫ ପର୍ଯ୍ୟନ୍ତ ମାଉସୀ ମାଁ ମନ୍ଦିର ପଂଚମ ଅନୁଷ୍ଠାନ ଠାରେ ରାମଲୀଳା ନାଟକ ପାଇଁ ଆଖଡାଶାଳ ଓ ଅଭିନୟ କରିବା ପାଇଁ କଳାକାର ଚୟନ କରାଯାଇଥିଲା । ଆଜି ରାମଜୀପଡା ରାମଜୀ ମନ୍ଦିରରେ ଗୁରୁଶ୍ରୀ ବାଳମୁକୁନ୍ଦ ବେହେରାଙ୍କ ନେତୃତ୍ୱରେ ମନ୍ଦିରରେ ସଂକଳ୍ପ ପୂଜା ହୋଇଥିଲା । ପୂଜକ ମହାଆଳତି କରି ସଂକଳ୍ପ ମନ୍ତ୍ର ଦେଇଥିଲେ । ଏ ବର୍ଷ ସହରର ଯୁବପିଢି ଓ ପୂର୍ବତନ କଳାକାରଙ୍କୁ ନେଇ ରାମଲୀଳା ଅନୁଷ୍ଠିତ ହେବ । ରାମଜୀ ନାଟକ ସଂସଦ କମିଟି, କଳାକାର ଓ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ । କମିଟିର ସଭାପତି ବାସୁଦେବ ବେହେରା, ସୁଧିର ପଣ୍ଡା, ଡା. ରୁଦ୍ରନାରାୟଣ ପଟେଲ, ସୁଶାନ୍ତ ଚୋପଦାର, ଶୈଳିନ ବାବୁ, ଶିବାନନ୍ଦ ବେହେରା, ଆନନ୍ଦ ମିଶ୍ର, ପ୍ରଶାନ୍ତ ମହାକୁର, ସୁମନ୍ତ ପଟେଲ, ଦୁଷ୍ମନ୍ତ ପଟେଲ ଓ ବିଭିନ୍ନ କଳାକାର ଉପସ୍ଥିତ ଥିଲେ ।

Leave A Reply

Your email address will not be published.