csstore

ଭଜନ ପୁସ୍ତିକା “ଭକ୍ତି ଅର୍ଘ୍ୟ” ବିମୋଚନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜ୍ୟୋତିର୍ମୟୀ ତ୍ରିପାଠୀଙ୍କ ରଚିତ ଭକ୍ତି ଅର୍ଘ୍ୟ ଭଜନ ପୁସ୍ତିକା ଶ୍ରୀ ଶ୍ରୀ ଶ୍ରୀ ଟାଙ୍ଗେଶ୍ୱର ବାବାଙ୍କ ମନ୍ଦିର ପ୍ରାଙ୍ଗଣରେ ମୂଖ୍ୟ ଅତିଥି ବରେଣ୍ୟ ପରମାନନ୍ଦ ସରସ୍ଵତୀ ମହାରାଜ, ନାଟ୍ୟଭୁଷଣ ଜଗଦାନନ୍ଦ ଛୁରୀଆ, କେଶବ ମିଶ୍ର, ଜୋସ୍ନାମୟୀ ତ୍ରିପାଠୀ ଓ ମଦନମୋହନ ରଥଙ୍କ କରକମଳରେ ଉନ୍ମୋଚନ ହୋଇଯାଇଛି । ଉନ୍ମୋଚନ ସଭାରେ ଅତିଥିମାନଙ୍କୁ ଗଂଗାଧର ତ୍ରିପାଠୀ ଉପଢ଼ୌକନରେ ସମ୍ମାନିତ କରିଥିଲେ, କସ୍ତୁରୀ ରଥ ସଂଯୋଜନା କରିଥିଲେ, ସୁଧୀର ତ୍ରିପାଠୀ କବି ପରିଚୟ ପ୍ରଦାନ କରିଥିଲେ । ରତ୍ନମୟ ତ୍ରିପାଠୀ ପୁସ୍ତିକା ସମୀକ୍ଷା କରିଥିଲେ ଓ କବିତା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏହାର ଆୟୋଜନ ପୂଜ୍ୟ ପୂଜା ସେବା ସଂଗଠନ କରିଥିବାସ୍ଥଳେ ପ୍ରିୟା ମିଶ୍ର, ଧର୍ମେନ୍ଦ୍ର ପ୍ରଧାନ, ଜ୍ୟୋତିରାଣୀ ମିଶ୍ର, ତପସ୍ଵିନୀ ପଶାୟତ, ଶୋଭାଂଗୀ ତ୍ରିପାଠୀ, ନଳିନୀ ଶତପଥୀ, ଚୁମକି ଦାଶ, ନୀକିତା, ରଶ୍ମୀ ପାତ୍ର ଆଦି କବିମାନେ ଭକ୍ତିଅର୍ଘ୍ୟର ଭଜନ ଗୁଡିକ ଗାନ କରିଥିଲେ । ବିଘ୍ନ ରାଜ ମିଶ୍ର ସଭାରେ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.