ତୁରେକେଲା, (ପିତାମ୍ବର ଦୀପ) : କଣ୍ଟାବାଞ୍ଜି ମାଟିର ମହୋତ୍ସବ କାର୍ଯ୍ୟକ୍ରମରେ କଣ୍ଟାବାଞ୍ଜି ପ୍ରଭାତ କ୍ଲବକୁ ସର୍ବଦା ଶ୍ରେଷ୍ଠ ଖେଳ ପ୍ରଦର୍ଶନ ପାଇଁ ସମ୍ମାନିତ କରାଯାଇଛି । କଣ୍ଟାବାଞ୍ଜି ପ୍ରଭାତ କ୍ଲବ ଏକ ପୁରୁଣା କ୍ରିକେଟ ଏବଂ ଫୁଟବଲ କ୍ଲବ ଅଟେ । କଣ୍ଟାବାଞ୍ଜି ମାଟିର ମହୋତ୍ସବ କାର୍ଯ୍ୟକ୍ରମରେ ସମ୍ମାନିତ କରାଯାଇଥିବାରୁ ଏହା ପ୍ରଭାତ କ୍ଲବ ପାଇଁ ଏକ ଗୌରବର ବିଷୟ । ଏହି ସମ୍ମାନ ଗ୍ରହଣ କରିବା ସମୟରେ କଣ୍ଟାବାଞ୍ଜି ପ୍ରଭାତ କ୍ଲବର ଅଧିନାୟକ ଅମିତ୍ ଜୁଏଡ, ଗୌରବ ରାଉତ ଏବଂ ଶ୍ୟାମ ବଛା ଉପସ୍ଥିତ ଥିଲେ ।