oom

ସଚେତନ ନାଗରିକ ମଞ୍ଚର ପ୍ରତିଷ୍ଠା ଦିବସ ପାଇଁ ପ୍ରସ୍ତୁତି ବୈଠକ

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ସଚେତନ ନାଗରିକ ମଞ୍ଚର ୧୨ତମ ପ୍ରତିଷ୍ଠା ଦିବସ ପାଇଁ ଏକ ପ୍ରସ୍ତୁତି ବୈଠକ ସେକ୍ଟର ୩ସ୍ଥିତ ଖଡ୍ଗ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ମଞ୍ଚର ସଭାପତି ଇଂ ବିମଳ କୁମାର ବିଶିଙ୍କ ଅଧ୍ୟକ୍ଷତା ଓ ସାଧାରଣ ସମ୍ପାଦକ ପି ପି ରାୟଙ୍କ ଆବାହକତ୍ଵରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଗତ ଫେବୃଆରୀ ମାସରେ ହୋଇଥିବା ୧୧ତମ ବାର୍ଷିକୋତ୍ସବରେ ହୋଇଥିବା ଆୟବ୍ୟୟ ଓ ଅନ୍ୟାନ୍ୟ ପ୍ରସଙ୍ଗରେ ଆଲୋଚନା କରାଯାଇଥିଲା । ସେହିପରି ଆଗାମୀ ୧୬ ତାରିଖରେ ହେବାକୁ ଥିବା ପ୍ରତିଷ୍ଠା ଦିବସ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଆଲୋଚନା ହୋଇଥିଲା । ଉକ୍ତ ଦିନ ଅନୁଷ୍ଠାନର କର୍ମକର୍ତ୍ତାମାନଙ୍କ ମଧ୍ୟରେ ଦାୟିତ୍ଵ ବଣ୍ଟନ, ସାମ୍ବାଦିକ ସମ୍ମିଳନୀ କରାଯିବ ବୋଲି ସ୍ଥିର କରାଯାଇଛି । ୧୬ ତାରିଖ ରେ ହେବାକୁ ଥିବା ଆସନ୍ତା ପ୍ରତିଷ୍ଠା ଦିବସ ଖଡ୍ଗ ଭବନ ଠାରେ ଦିବା ୧୧ଘଟିକା ସମୟରେ ଆରମ୍ଭ କରାଯିବ ବୋଲି ସ୍ଥିର କରାଯାଇଛି । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ଡା ବସନ୍ତ କୁମାର ଦାସ, ବିକ୍ରମ ଚନ୍ଦ୍ର ଆଚାର୍ଯ୍ୟ, ଶ୍ରୀମନ୍ତ କୁମାର ବର୍ମା, ଉପେନ୍ଦ୍ର କୁମାର ନାୟକ, ବିଷ୍ଣୁ ଚରଣ ସାମଲ, ଜଟାଧାରୀ ମାଝୀ, ଅକ୍ଷୟ କୁମାର ଜେନା, ରମେଶ ଚନ୍ଦ୍ର ସେଠୀ, ଚକ୍ରାନ୍ତ ଜେନା, ସୁବ୍ରତ ମଲ୍ଲିକ, ସସ୍ମିତା ପ୍ରଧାନ, ଶଶଧର ପାତ୍ର, କୁଞ୍ଜବିହାରୀ ରାଉତ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

jittmm
Leave A Reply

Your email address will not be published.