ପଦ୍ମପୁର, ( ନିରୋଜ କୁମାର ପାଣୀ) : ସରସ୍ଵତୀ ଶିଶୁବିଦ୍ୟା ମନ୍ଦିରରେ ସମାବର୍ତ୍ତନ ଉତ୍ସବ ପାଳିତ ହୋଇ ଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ମାନେ ଦୀପ ପ୍ରଜ୍ୱଳନ ପୂର୍ବକ ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ଭବିଷ୍ୟତରେ କିପରି ନିଜ ଜୀବନକୁ ଗଢି ତୋଳିବେ ସେ ବିଷୟରେ ମାର୍ଗଦର୍ଶନ କରିଥିଲେ । ପ୍ରଧାନ ଆଚାର୍ଯ୍ୟ ଚୈତନ୍ୟ ଭୋଇ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିବା ସହିତ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଏହି ବୈଠକରେ ସଂକୁଳ ପ୍ରମୁଖ ଡ଼ ଦ୍ଵାଦଶ କୁମାର ପ୍ରଧାନ, ଉପ ସଭାପତି ଗୋପାଳ କୃଷ୍ଣ ମିଶ୍ର, ସମ୍ପାଦକ ଜନକ ଲାଲ ମେହେର, ପୁରାତନ ଛାତ୍ର ସଂସଦର ସମ୍ପାଦକ ଅଜୟ କୁମାର ଅଗ୍ରୱାଲ ପ୍ରମୁଖ ମଞ୍ଚାସୀନ ଥିଲେ । ମମତା ଗୁରୁମା, କଲ୍ୟାଣୀ ଗୁରୁମା, ତରଣୀ ଗୁରୁଜୀ ଭାଇ ଭଉଣୀ ମାନଙ୍କୁ ଆଶିର୍ବଚନ କରିଥିଲେ । ଏହି ସଭାରେ ଦଶମ ଶ୍ରେଣୀର ଭଉଣୀ ଶୁଭଶ୍ରୀ ବାରିକ, ଅନ୍ୱେଷା ବେହେରା, ବର୍ଷାରାଣୀ ଥନାପତି, ଗୋଲଡି ବେହେରା, ଭାଇ ନିରଞ୍ଜନ ଦୀପ, ଆଂଶିକ ବାରିକ, ସ୍ଵସ୍ତିକ ବିଶି, ଲୋକପାଲ ପ୍ରଧାନ ନିଜ ନିଜର ଅନୁଭୂତି କହିଥିଲେ । ଏହି ସଭାକୁ କଲ୍ୟାଣୀ ଗୁରୁମା ସଂଯୋଜନା କରିଥିବା ବେଳେ ବିଦ୍ୟା ମନ୍ଦିର ପ୍ରମୁଖ ଦେବରାଜ ଡନସନା ଗୁରୁଜୀ ଧନ୍ୟବାଦ ଅର୍ପଣ କରିଥିଲେ । ସମସ୍ତ ଗୁରୁଜୀ ଗୁରୁମାମାନଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସମାପ୍ତ ହୋଇଥିଲା ।