ମହିଳା ଦିବସ ଅବସରରେ ସମ୍ପୂର୍ଣ୍ଣା ଅନୁଷ୍ଠାନ ତରଫରୁ ଗର୍ଭବତୀ ମହିଳାମାନଙ୍କ ପାଇଁ “ଅଭିମନ୍ୟୁ କାର୍ଯ୍ୟକ୍ରମ”

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗର୍ଭଧାରଣ ସମୟରେ ମହିଳାମାନଙ୍କ ଦିନଚର୍ଯ୍ୟା କିପରି ରହିବା କଥା ଏବଂ ଏହା ଦ୍ୱାରା ଗର୍ଭରେ ଥିବା ଶିଶୁ ଉପରେ କଣ ପ୍ରଭାବ ପକାଏ ସେ ସମ୍ପର୍କରେ ସମସ୍ତ ମହିଳାମା’ଙ୍କୁ ସମ୍ପୂର୍ଣ୍ଣା ଅନୁଷ୍ଠାନ ତରଫରୁ ସଚେତନ କରାଯାଇଥିଲା । ମାଁ ଗର୍ଭରେ ଯେତେବେଳେ ଶିଶୁଟି ବୀଜ ସ୍ୱରୁପ ଥାଏ ତାକୁ ଆମ କେମିତ ଉତ୍ତମ ମଣିଷଟିଏ କରି ଗଢି ପାରିବା ସେଥିପାଇଁ ମହିଳାମାନଙ୍କ ସ୍ୱାସ୍ଥ୍ୟ, ପୋଷଣ, ଜୀବନଶୈଳୀ, ଖାଦ୍ୟ ପାନୀୟ, ଆଚରଣ, ଯୋଗ ଏବଂ ସଂସ୍କାର ବିଷୟରେ ବୁଝାଇ ସମସ୍ତଙ୍କୁ ମାର୍ଗଦର୍ଶନ ଦିଆଯାଇଥିଲା ଏବଂ ଏହି କାର୍ଯ୍ୟକ୍ରମକୁ ପ୍ରଶଂସା କରି କହିଥିଲେ ଏହା କେବଳ ଗୋଟିଏ ଦିନ ନୁହେଁ ଏମିତି କାର୍ଯ୍ୟକ୍ରମ ପ୍ରତ୍ୟେକ ଏରିଆରେ ବାରମ୍ବାର କରିବାକୁ ପରାମର୍ଶ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭୀମ ଭୋଇ ମେଡିକାଲ କଲେଜର ଗାଇନୋକୋଜିଷ୍ଟ ଡା. ରବିନାରାୟଣ ଦାଶ, ଡା. ମଂଜୁବାଲା ପଣ୍ଡା, ଡା. ସୁମେଧା ମେହେର, ସଂସ୍କାର ବିଷୟରେ ଶିକ୍ଷୟତ୍ରୀ ରତ୍ନପ୍ରଭା ଦାସ ଓ ରାମଚନ୍ଦ୍ର ବିଶ୍ୱାଳ ଏବଂ ୟୋଗା ବିଷୟରେ ଦିପ୍ତିରାଣୀ ମହାନ୍ତି ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ସଂପୂର୍ଣ୍ଣା ଅନୁଷ୍ଠାନର ସଭାନେତ୍ରୀ ସନ୍ତୋଷି ମେହେର, ସଂପାଦିକା ସଂଜଳୀ ଶତପଥୀ, ସଭ୍ୟା ସଚଳା ମେହେର, ପୁଷ୍ପାଞ୍ଜଳି ମେହେର, ସିନି ମିଶ୍ର, ଜ୍ୟୋସ୍ନା ସାହୁ, ଶ୍ରାବଣୀ ବେଜ, ସୁନିତି ମେହେର, ଜୟଶ୍ରୀ ମିଶ୍ର, ମମତା ମେହେର ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.