ରାଷ୍ଟ୍ରୀୟ ଲୋକ ଅଦାଲତରେ ଉତ୍କଳ ଗ୍ରାମୀଣ ବ୍ୟାଙ୍କ ତରଫରୁ ଋଣର ସରଳ ସମାଧାନ

csstore

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ବଲାଙ୍ଗିର ଜିଲ୍ଲା ତାଲୁକ୍‌ ଆଇନ ବଙ୍ଗଳା ଠାରେ ରାଷ୍ଟ୍ରୀୟ ଲୋକ ଅଦାଲତ ଦିବସ ଅବସରରେ ଉତ୍କଳ ଗ୍ରାମୀଣ ବ୍ୟାଙ୍କ ବଲାଙ୍ଗିର ଶାଖା, ବିଲେଇସର୍ଡା ଶାଖା, ଛତାମଖନା ଶାଖା, ଚନ୍ଦନଭାଟି ଶାଖା, ଚୁଡାପାଲି ଶାଖା, ଶିବତଲା ଶାଖା, ମହିମୁଣ୍ଡା ଶାଖା, ମହଲେଇ ଶାଖା, ଦେଓଗାଁ ଶାଖା ଏବଂ ଯାମୁଟ ଶାଖା ଯୋଗଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଉତ୍କଳ ଗ୍ରାମୀଣ ବ୍ୟାଙ୍କର ଆଂଚଳିକ ମହାପ୍ରବନ୍ଧକ ସୂର୍ଯ୍ୟକାନ୍ତ ସାହୁ, ଋଣ ବିଭାଗର ମୁଖ୍ୟ ରମେଶ ମହାକୁର, ଅନାଦେୟ ଋଣ ବିଭାଗର ମୁଖ୍ୟ ଶୀତିକଣ୍ଠ ମିଶ୍ର, ଆଂଚଳିକ ଋଣ ମୁଖ୍ୟ ସୃତିରଂଜନ ମିଶ୍ର ପ୍ରମୁଖ ଯୋଗଦାନ କରିଥିଲେ । ଏହି ରାଷ୍ଟ୍ରୀୟ ଲୋକ ଅଦାଲତ ମାଧ୍ୟମରେ ଉତ୍କଳ ଗ୍ରାମୀଣ ତରଫରୁ ସମୁଦାୟ ୧୦୧ଟି ଋଣର ସରଳ ସମାଧାନ କରାଯାଇଥିଲା । ସରକାରଙ୍କ ଏହି ଲୋକାଭିମୁଖୀ କାର୍ଯ୍ୟକ୍ରମ ସଫଳ କରିଥିବାରୁ ଆଂଚଳିକ ମୁଖ୍ୟ ଶ୍ରୀଯୁକ୍ତ ସାହୁ ସମସ୍ତ କର୍ମଚାରୀଙ୍କୁ ଧନ୍ୟବାଦ ଜଣାଇଥିଲେ ।

Leave A Reply

Your email address will not be published.