oom

ଆରୁହାବୃତ୍ତି ନଂ -୧ ନୋଡ଼ାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ

jsmm

ଭୋଗରାଇ, (ଶିବନାରାୟଣ ପାତ୍ର) : ଆରୁହାବୃତ୍ତି ନଂ-୧ ଗ୍ରାମପଞ୍ଚାୟତ ଅଧିନ ସେହି ଗ୍ରାମର ନୋଡ଼ାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଆଜି ବାର୍ଷିକ ଉତ୍ସବ ଏବଂ ପୁରସ୍କାର ବିତରଣୀ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ସଞ୍ଜୟ କୁମାର ଗିରି ସଭାପତିତ୍ଵ କରିବା ସହ ବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରିଥିଲେ । ବିଦ୍ୟାଳୟର ଆଦର୍ଶ ଶିକ୍ଷକ ସତ୍ୟବ୍ରତ ଦାସ ଅଧିକାରୀ ଅତିଥିମାନଙ୍କୁ ମଞ୍ଚ ଆହ୍ଵାନ ସହ ପରିଚୟ ପ୍ରଦାନ କରିଥିଲେ । ଏଥିରେ ମୁଖ୍ୟଅତିଥି ଭାବେ ଦହମୁଣ୍ଡା ଆଞ୍ଚଳିକ ସାଧନ କେନ୍ଦ୍ରର ସଂଯୋଜକ ପବନ କୁମାର ବେହେରା, ମୁଖ୍ୟବକ୍ତା ଭାବେ ଆଇନଜିବୀ ରାଜକିଶୋର ଜେନା, ବିଶିଷ୍ଟ ଅତିଥିଭାବେ ସ୍ଥାନୀୟ ସରପଞ୍ଚ ଗୀତାରାଣୀ ଜେନା, ସମ୍ମାନିତ ଅତିଥିଭାବେ ସମିତି ସଭ୍ୟା ଅଞ୍ଜଳି ଜେନା, ପରିଚାଳନା କମିଟି ସଭାପତି ଚନ୍ଦନ କୁମାର ଗିରି, ସାମ୍ବାଦିକ ରାଜକୁମାର ଜେନା, ସୌରଭ କୁମାର ରାଉଳ, ପ୍ରଦୀପ କୁମାର ମହାନ୍ତି ,ପ୍ରିୟବ୍ରତ ମହାପାତ୍ର ପ୍ରମୁଖ ଛାତ୍ରଛାତ୍ରୀ ମାନଙ୍କୁ ଭଲ ମଣିଷ ହେବା ସହିତ ପାଠ ପଢ଼ାରେ ଅଧିକ ଧ୍ୟାନ ଦେବା ପାଇଁ ବକ୍ତବ୍ୟ ପ୍ରଦାନ କରିଥିଲେ । ଉକ୍ତ ଉତ୍ସବରେ ଶିକ୍ଷକ ଗଣେଶ ଚନ୍ଦ୍ର ମାଝି ବେଦପାଠ କରିଥିବାବେଳେ ଶିକ୍ଷକ ରଣଜିତ ସିଂ ଧନ୍ୟବାଦ ପ୍ରଦାନ କରିଥିଲେ । ଶେଷରେ କୃତି ଛାତ୍ରଛାତ୍ରୀ ମାନଙ୍କୁ ପ୍ରଶଂସା ପତ୍ର ଓ ଟ୍ରଫି ଦେଇ ପୁରସ୍କୃତ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଶିକ୍ଷକ ଅନିର୍ବାଣ ପ୍ରଧାନ, ଅଭିମନ୍ୟୁ ବେହେରା , ଶିକ୍ଷୟିତ୍ରୀ ପ୍ରିୟ ଦର୍ଶିନୀ ମଣ୍ଡଳ, ଦୁର୍ଦ୍ଦାନା କାଦ୍ରି ଏବଂ ପରିଚାଳନା କମିଟିର ସଭ୍ୟସଭ୍ୟା ପ୍ରମୁଖ ପରିଚାଳନା କରିଥିଲେ ।

jittmm
Leave A Reply

Your email address will not be published.