ବଲାଙ୍ଗିର ବି.ଏସ୍‌ ଏରୋବିକ୍‌ ଓ ଫିଟ୍‌ନେସ୍‌ର ଆନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ମାଗଣା ଆତ୍ମରକ୍ଷା ତାଲିମ ଶିବିର

csstore

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ଆନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ମାଗଣା ଆତ୍ମରକ୍ଷା ତାଲିମ ଶିବିର ବଲାଙ୍ଗିର ଟିକ୍ରାପଡା ସ୍ଥିତ ବିଏସ୍‌ ଏରୋବିକ ଓ ଫିଟନେସ ଦ୍ୱାରା ଆୟୋଜନ କରାଯାଇଛି । ଏହି ଅନୁଷ୍ଠାନର ନିର୍ଦ୍ଦେଶିକା ସୁଶ୍ରୀ ସ୍ୱାତି ପଟ୍ଟନାୟକ ଏକ ନିଃଶୁଳ୍କ ତାଲିମ ଶିବିର ଆୟୋଜନ କରି ଶତାଧିକ ମହିଳାଙ୍କୁ ଆତ୍ମରକ୍ଷା ତାଲିମ ପ୍ରଦାନ କରି ସମାଜର ଅସାମାଜିକ ତତ୍ତ୍ୱଙ୍କ ବିରୁଦ୍ଧରେ ନିଜର ଆତ୍ମରକ୍ଷା ତଥା ମହିଳା ସମାଜର ରକ୍ଷା ପାଇଁ ନିଜକୁ ଗଢି ତୋଳିବା ପାଇଁ ଉଦ୍‌ବୋଧନ ଦେଇଥିଲେ । ସନ୍ଧ୍ୟାରେ ଏହି ଅନୁଷ୍ଠାନରେ ଶତାଧିକ ମହିଳାଙ୍କ ସମାବେଶରେ କେକ୍‌ କଟାଯାଇ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଆୟୋଜନ କରାଯାଇଥିଲା । ସମବେତ ମହିଳାମାନେ ସମାଜର ଉନ୍ନତି ପାଇଁ ନିଜକୁ ଉତ୍ସର୍ଗୀକୃତ କରିବା ପାଇଁ ଶପଥ ପାଠ କରିଥିଲେ । ଏହି ଅନୁଷ୍ଠାର ସମସ୍ତ ସଭ୍ୟାମାନେ ଏହି କାର୍ଯ୍ୟକ୍ରମମାନ ଆୟୋଜନ କରିବାରେ ସହାୟତା କରିଥିଲେ ।

Leave A Reply

Your email address will not be published.