କାର୍‌-ବାଇକ ମୁହାଁମୁହିଁ : ୨ ଗୁରୁତର

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଶିକରପାଇ ପଞ୍ଚାୟତର ଗୁରୁତୁଲି ନିକଟସ୍ଥ ବୁଲାଣିରେ ବାଇକ-କାର ମୁହାଁମୁହିଁ ଧକ୍କାରେ ଦୁଇ ଗୁରୁତର ହୋଇଥିବା ଜଣାପଡିଛି । ସୂଚନା ଅନୁଯାୟୀ ଆଜି ଅପରାହ୍ନରେ ଶିକରପାଇ ପଞ୍ଚାୟତର ପେଣ୍ଡାପାସ୍କା ଗ୍ରାମର ଦୁଇଜଣ ଯୁବକ ରାମା କାଣିକା ଓ ସାଲମା କାଣିକା ଓଡ଼ି ୧୮୦୮୨୦ ନମ୍ବର ବାଇକରେ ବୁଡ଼ାଗୁଡା ପଞ୍ଚାୟତ କଦଳୀଛୁଆଁ ଗ୍ରାମରକୁ ଯାଇ ଫେରୁଥିବା ବେଳେ ବିପରୀତ ଦିଗରୁ ଓଆର୍‌ ୧୮ ୮୮୧୮ ନମ୍ବର ବିଶିଷ୍ଟ ଏକ କାରରେ ଦୁଇଜଣ ବ୍ୟକ୍ତି ଯାଉଥିବା ବେଳେ ଗୁରୁତୁଲି ନିକଟସ୍ଥ ବୁଲାଣିରେ ଧକ୍କା ହୋଇଥିଲା । ଯାହାଫଳରେ କାରଟି ଓଲଟି ପଡିଥିବା ବେଳେ ୨ ବାଇକ ଆରୋହୀ ଛିଟିକି ପଡ଼ିଥିଲେ । ଏହାକୁ ଦେଖି କିଛି ଲୋକ ଆମ୍ବୁଲାନ୍ସକୁ ଯୋଗାଯୋଗ କରି କଲ୍ୟାଣସିଂହପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ଅନୁଭବ ସାହୁ ପ୍ରାଥମିକ ଚିକିତ୍ସା କରି ଦୁଇଜଣଙ୍କ ଅବସ୍ଥାରେ ଗୁରୁତର ହୋଇଥିବାରୁ ଜିଲା ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଦେଇଥିବା ସୂଚନା ମିଳିଛି । ଘଟଣାସ୍ଥଳରୁ କାରରେ ଥିବା ଦୁଇଜଣ ଫେରାର ହୋଇଥିବା ଜଣାପଡିଛି ।

jittmm
Leave A Reply

Your email address will not be published.