lika

ଟିଟିଲାଗଡ଼ ତାଲୁକ ଆଇନ ସେବା କମିଟି ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ

gbag

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ମାର୍ଚ୍ଚ ୮ ତାରିଖକୁ ଅନ୍ତର୍ଜାତୀୟ ମହିଳା ଦିବସ ରୂପେ ପାଳନ କରାଯାଇଥାଏ । ଏହି ପରିପ୍ରେକ୍ଷୀରେ ଶନିବାର ସନ୍ଧ୍ୟାରେ ସ୍ଥାନୀୟ ପୌର ପରିଷଦର ସଭା ଗୃହ ଠାରେ ଟିଟିଲାଗଡ଼ ତାଲୁକ୍ ଆଇନ ସେବା କମିଟି ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଦୌରାଜଜ ସନ୍ଦୀପ ପଟ୍ଟନାୟକ, ସିଭିଲ ଜଜ୍ କୃଷ୍ଣ ଚନ୍ଦ୍ର ନାୟକ, ଏସ ଡି ଜେ ଏମ ସୁମିତ କୁମାର ପାଣିଗ୍ରାହୀ, ରିଟେନର ଟିକେରାମ ସାହୁ, ଏସ ଡି ଜେ ଏମ କୋର୍ଟର ଏଜିପି ଚନ୍ଦ୍ରମା ନାଥ ଉପସ୍ଥିତ ରହି ବିଭିନ୍ନ ମହିଳା ଆଇନ ବିଷୟରେ ଆଲୋକପାତ କରିଥିଲେ । ଆଜିକାଲିର ଯୁଗରେ ମହିଳାଙ୍କୁ ସରକାର ସଶକ୍ତି କରଣ କରୁଥିବା ବେଳେ କିଛି କ୍ଷେତ୍ରରେ ମହିଳାଙ୍କ ଉପରେ ବଢ଼ୁଥିବା ଉତ୍ପୀଡନ, ଶାରୀରିକ, ମାନସିକ ନିର୍ଯ୍ୟାତନା ଭଳି ଅନ୍ୟାନ୍ୟ ସମସ୍ୟାର ସମ୍ମୁଖୀନ ହେଲେ କଣ କରିପାରିବେ । ତା ପାଇଁ କେଉଁ କେଉଁ ଆଇନ ରହିଛି ସେ ନେଇ ବିସ୍ତୃତ ଆଲୋଚନା କରିବା ସହ କଣ କଣ କରିପାରିବେ ସେ ନେଇ ବିସ୍ତୃତ ବର୍ଣ୍ଣନା କରିଥିଲେ । ଯେପରିକି ଘରୋଇ ହିଂସା, ଯୌତୁକ ନିର୍ୟାତନା, କାର୍ଯ୍ୟରତ ମହିଳାଙ୍କୁ ମାନସିକ ଚାପ, ପୁଅ ଜନ୍ମ ନ କରିପାରିଲେ ମହିଳାଙ୍କୁ ଗାଳି କରିବା, କାର୍ଯ୍ୟ କ୍ଷେତ୍ରରେ ସେକ୍ସୁଆଲ ହେରେସମେଣ୍ଟ, ଫିଯିକାଲ କନଡକ୍ଟ, ଅନିଚ୍ଛା ସତ୍ତ୍ବେ ସ୍ପର୍ଶ, ଚାକିରି କରାଇବା ପାଇଁ ଶାରୀରିକ ସମ୍ବନ୍ଧ ରଖିବା ଭଳି ବିଭିନ୍ନ କ୍ଷେତ୍ରରେ ଆଇନର ଆଶ୍ରୟ ନେଇପାରିବେ । ଏହିଭଳି ବିଭିନ୍ନ ଆଇନ ବିଷୟରେ ଉପସ୍ଥିତ ମହିଳାଙ୍କୁ ଅବଗତ କରାଇଥିଲେ । ଏହି ଦିବସ ପାଳନ ପାଇଁ ଟିଟିଲାଗଡ଼ ଲାୟନ୍ସ କ୍ଲବ, ମାରୱାଡ଼ି ମହିଳା ମଣ୍ଡଳ, ନାରି ଶକ୍ତି, ମହିଳା ସମାଜସେବୀ ମାନେ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ସହଯୋଗ କରିଥିଲେ ଜିବର୍ଦ୍ଧନ ଛତ୍ରିଆ ।

babaa
Leave A Reply

Your email address will not be published.