csstore

ଟିଟିଲାଗଡ଼ ପୌରପରିଷଦ ତରଫରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ମାର୍ଚ୍ଚ ମାସ ୮ ତାରିଖକୁ ଆନ୍ତର୍ଜାତୀୟ ମହିଳା ଦିବସ ରୂପେ ଚାରିଆଡ଼େ ପାଳନ କରାଯାଉଥିବା ବେଳେ ଏହି ପରିପ୍ରେକ୍ଷୀରେ ଟିଟିଲାଗଡ଼ ପୌର ପରିଷଦ ପକ୍ଷରୁ ସ୍ଥାନୀୟ କଲ୍ୟାଣ ମଣ୍ଡପ ଠାରେ ସିଇଓ ଶୁଭଶ୍ରୀ ସାହୁଙ୍କ ଆୟୋଜକତାରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଟିଟିଲାଗଡ଼ ବିଧାୟକ ନବୀନ ଜୈନ, ବିଶେଷ ଅତିଥି ଭାବେ ଉପଜିଲ୍ଲାପାଳ ରେହାନ ଖତ୍ରୀ, ସମ୍ମାନିତ ଅତିଥି ଭାବେ ଟିଟିଲାଗଡ଼ ପୌର ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ମମତା ଦେବୀ ଜୈନ, ସାଂସଦ ପ୍ରତିନିଧି ପ୍ରଶାନ୍ତ ଷଡ଼ଙ୍ଗୀ, ଡାଏଟିସିଏନ ଡାକ୍ତର ରତି ଜୈନ, ପୌର ନିର୍ବାହୀ ଅଧିକାରୀ ଚନ୍ଦନ କୁମାର ଶତପଥୀ, ମୁଖ୍ୟବକ୍ତା ଭାବେ ପ୍ରଭାବତୀ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ଡ. ସୁନନ୍ଦା ଜତି ମଞ୍ଚାସୀନ ହୋଇଥିଲେ । ପ୍ରଥମେ ମାଁ ଘଣ୍ଟାସୁଣିଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରିବା ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା ।

jayashree
Leave A Reply

Your email address will not be published.