ସୁନ୍ଦରଗଡ଼, (ସସ୍ମିତା ପ୍ରଧାନ) : ଆଜି ସ୍ଥାନୀୟ ସଂସ୍କୃତି ଭବନ ଠାରେ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତିୟ ମହିଳା ଦିବସ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ କୁନ୍ତୀ ପ୍ରଧାନ, ସୁନ୍ଦରଗଡ଼ ପୌରପରିଷଦର ଅଧ୍ୟକ୍ଷା ଶୀମତୀ ତନୟା ମିଶ୍ର, ଜିଲ୍ଲାପାଳ ମନୋଜ ମହାଜନ, ଅତିରିକ୍ତ ଜିଲ୍ଲାପାଳ ରବିନାରାୟଣ ସାହୁ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ସୁରଞ୍ଜନ ସାହୁ, ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଡକ୍ଟର ରିନତୀ ମିଶ୍ର, ଜିଲ୍ଲା ଶିକ୍ଷା ଅଧିକାରୀ ଅମୂଲ୍ୟ ପ୍ରଧାନ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଶ୍ରୀମତୀ କ୍ରିଷ୍ଣା କୁମାରୀ ନନ୍ଦ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ନନ୍ଦିନୀ ମୁଣ୍ଡାରୀ, ବିଶିଷ୍ଟ ସମାଜସେବୀ ଶ୍ରୀମତୀ ସ୍ନେହଲତା ପଟେଲ ଯୋଗଦେଇଥିଲେ । ମହିଳାମାନେ ସମାଜର ପ୍ରତ୍ୟେକ କ୍ଷେତ୍ରରେ ଆଗଭର । ପ୍ରତ୍ୟେକ କ୍ଷେତ୍ରରେ ସେମାନେ ନିଜର ପାରଦର୍ଶିତା ପ୍ରତିପାଦନ କରିପାରିଛନ୍ତି । ମହିଳା ନିଜେ ଶସକ୍ତ ହେବା ସହିତ ସମଗ୍ର ପରିବାରକୁ ମଧ୍ୟ ଶସକ୍ତ କରିବାରେ ସହାୟକ ହେଉଛନ୍ତି । ସେହିପରି ବିଭିନ୍ନ ସମୟରେ ମହିଳା ମାନଙ୍କ କ୍ଷେତ୍ରରେ ହେଉଥିବା ବିଭିନ୍ନ ପ୍ରକାରର ନିର୍ଯ୍ୟାତନା ଆଦିର ଦୂରୀକରଣ ଉପରେ କାର୍ଯ୍ୟକ୍ରମରେ ଗୁରୁତ୍ଵାରୋପ କରାଯାଇଥିଲା । ଏହି ଅବସରରେ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାରେ ବିଜୟୀ ହୋଇ ଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ସବଡେଗା ବ୍ଲକର ସିଡିପିଓ ଶ୍ରୀମତୀ ସଂଧ୍ୟା ରାଣୀ ନାୟକଙ୍କୁ ବେଷ୍ଟ ସିଡିପିଓ ରୂପେ ସମ୍ବର୍ଦ୍ଧିତ କରାଯାଇଥିଲା । ସେହିପରି ସମସ୍ତ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ଗୁଡିକ ସୂଚାରୁ ରୂପେ ଓ ସଫଳତାର ସହ ଆୟୋଜିତ କରିଆସୁଥିବା ଶ୍ରୀମତୀ ମୀନାକ୍ଷୀ ପ୍ରଧାନ ଜିଲ୍ଲା ସଂଯୋଜିକାଙ୍କୁ ପ୍ରଶାସନ ପକ୍ଷରୁ ଈରଗ୍ଦଗ୍ଧ ଙକ୍ସଶବଦ୍ଭସଚ୍ଛରକ୍ସ ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା । ରାଜ୍ୟସ୍ତରୀୟ ଅଦ୍ୱିକା ସମାରୋହରେ ବକ୍ତୃତା ପ୍ରତିଯୋଗିତାରେ ପ୍ରଥମ ହୋଇ ଜିଲ୍ଲାକୁ ଯଶସ୍ୱୀ କରିଥିବା ସବଡେଗା ବ୍ଲକର ଦିନେଶ ଟପ୍ପୋଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା । ସୁରକ୍ଷା ଅଧିକାରୀ ଶ୍ରୀମତୀ ସୁଶିଳା ରଥ ମଞ୍ଚ ପରିଚାଳନା କରିଥିଲେ । ଶେଷରେ ସମାଜ କଲ୍ୟାଣ ଅଧିକାରୀ ଶ୍ରୀମତୀ କନକଲତା ନାଏକ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯକ୍ରମରେ ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷ ନନ୍ଦଲାଲ ନାଏକ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରିବନ୍ତ ଜେନା, ସମସ୍ତ ସିଡିପିଓ, ଅଙ୍ଗନୱାଡ଼ି କର୍ମୀ, ବିଦ୍ୟାଳୟର ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ପରେ ପରେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।