ରାଉରକେଲା,(ସସ୍ମିତା ପ୍ରଧାନ) : କାଲି ବିଳମ୍ବିତ ରାତିରେ ଉପଜିଲ୍ଲାପାଳ ପାନପୋଷ ବିଜୟ ନାୟକଙ୍କ ନେତୃତ୍ୱରେ ପାନପୋଷ ଉପଖଣ୍ଡ ଏନଫୋର୍ସମେଣ୍ଟ ସ୍କାର୍ଡ ଉପଖଣ୍ଡର ୪ଟି ବାଲିଘାଟରେ ଚଢାଉ କରି ବେଆଇନ ଚୋରି ଚାଲାଣରେ ୩ଟି ବାଲିରେ ଭର୍ତ୍ତି ଟ୍ରକକୁ ଜବତ କରିିଛି । ମିଳିଥିବା ସୂଚନା ଅନୁସାରେ ରାତି ୧୧.୩୦ ରୁ ୧୨.୩୦ ଘଟିକାରେ ମଧ୍ୟରେ ଉପଖଣ୍ଡର ତୁମକେଲା ବାଲିଘାଟ, ବିଜୁବନ୍ଧ, ତାରକେରା ବାଲିଘାଟ ଓ ଅଟାଘାଟ ରେ ସ୍କାର୍ଡ ଦ୍ୱାରା ଚଢାଉ କରାଯାଇଥିଲା । ଚଢାଉ ସମୟରେ ଅଟାଘାଟ ଅଂଚଳରେ ବାଲିରେ ଭରା ଥବା ୩ ଗୋଟି ଟ୍ରକ ଜବତ କରି ଲାଠକଟ ଥାନାରେ ରଖାଯାଇଛି । ଗାଡି ନମ୍ବର ଓଆର୍୧୪ ଆର୍ ୬୭୮୬ ରୁ ୭.୭୯୨ କ୍ୟୁବିକ ମି.ବାଲି ଓଆର୍ ୧୪ ଚ ୦୪୬୫ରୁ ୮.୭୭୬ କ୍ୟୁବିକ ମି.ଓ ଓଆର୍ ୧୪ ଡବ୍ଲୁ ୨୭୮୪ ରୁ ୮.୬୧୨ କ୍ୟୁବିକ ମି. ବାଲି ଜବତ କରାଯାଇଛି । ଏହି ସ୍କାର୍ଡରେ ଡେପୁଟି ଡାଇରେକ୍ଟର ମାଇନିଂ ବିମ୍ବାଧର ସେଠୀ , ତହସିଲଦାର ନିବେଦିତା ପ୍ରଧାନ,ଏସଡିପିଓ ପାନପୋଷ ଅମ୍ବିତ ମହାନ୍ତି, ଅତିରିକ୍ତ ତହସିଲଦାର ସୁଦକ୍ଷ ପଟେଲ ଓ ଅମୁଲ୍ୟ ରତନ ସାହୁ , ଉକ୍ତ ଅଂଚଳର ଥାନାଧିକାରୀ ଉପସ୍ଥିତ ଥିଲେ ।