oom

ବୁଢାବାହାଲରେ ପଞ୍ଚାୟତସ୍ତରୀୟ ଯାଦବ ଭବନ ଗୃହ ଉଦ୍‌ଘାଟିତ

jsmm

ସଇଁତଲା,(କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ସ୍ଥିତ ବୁଢାବାହାଲ ପଞ୍ଚାୟତ ଠାରେ ଗୁରୁବାର ଯାଦବ ଭବନ ଗୃହ ଉଦ୍‌ଘାଟିତ ହୋଇଯାଇଛି । ଏହି ପ୍ରତିଷ୍ଠା ଉତ୍ସବରେ ମୁଖ୍ୟଅତିଥି ଭାବରେ କଣ୍ଟାବାଞ୍ଜି ବିଧାୟକ ତଥା ଜିଲ୍ଲା ଯାଦବ ମହାସଭାର ସଭାପତି ଲକ୍ଷଣ ବାଗ ଯୋଗଦାନ କରି ସମସ୍ତ ଯାଦବ ସମାଜ କର୍ମକର୍ତ୍ତାମାନଙ୍କୁ ଉନ୍ନତି ଦିଗରେ କାମନା କରିବା ସହ ସମାଜର ଲୋକମାନେ ଏକତ୍ରିତ ହୁଏ ଓ ସଂଗଠନକୁ ଆହୁରି ତୃଣମୂଳସ୍ତରରୁ ମଜଭୁତ କରିବା ପାଇଁ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ । ଏଥିରେ ଅନ୍ୟତମ ମୁଖ୍ୟବକ୍ତା ଭାବରେ ପଦ୍ମଶ୍ରୀ ହଳଧର ନାଗ, ସମ୍ମାନିତ ଅତିଥି ଭାବରେ ଟିଟିଲାଗଡ଼ ବିଧାୟକ ନବୀନ କୁମାର ଜୈନ, ବ୍ଲକ ଉପାଧ୍ୟକ୍ଷ ଗୁଣସାଗର ମାଝୀ, ଜିଲ୍ଲା ପରିଷଦ ସଦସ୍ୟା ରିତାରାଣୀ ହାତୀ, ପ୍ରମୋଦ ଭୋଇ, ସଇଁତଲା ଯୁବ ସରପଞ୍ଚ ସୁବ୍ରତ ନାଗ, ବ୍ଲକ ସଭାପତି ମନୋହର ବାଗ, ସମ୍ପାଦକ ବିନୟ ଭୋଇ, ଯୁବ ଯାଦବ ସଭାପତି ପଞ୍ଚାନନ୍ଦ ବଗର୍ତି, ଓଡିଶା ସାମ୍ବାଦିକ ସଂଘର ରାଜ୍ୟ ସମ୍ପାଦକ ପ୍ରମୋଦ କୁମାର ସେଲମା ପ୍ରମୁଖ ଯୋଗଦାନ କରି ସମାଜ ଉନ୍ନତି ଦିଗରେ କାମନା କରିଥିଲେ । ଏହି ଅବସରରେ ଯାଦବ ସମାଜ ତରଫରୁ ସାମ୍ବାଦିକ ଓ ବାଡ଼ି ଖେଳ ପ୍ରତିଭାମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଉକ୍ତ ସଭାରେ ବୁଢାବାହାଲ ପଞ୍ଚାୟତ ସଭାପତି ପରମାନନ୍ଦ ହେର୍ଣ୍ଣାଙ୍କ ଅଧ୍ୟକ୍ଷତା କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବୁଢାବାହାଲ ଯୁବ ଯାଦବ ସଂଗଠନର ବିନେଶ ଗହୀର, ବେଣୁଧର ହେର୍ଣ୍ଣା, ଅର୍ଜୁନ ଭୋଇ, ମଦନ ବାଗ, ଅଜୟ ସେଲମା, ଲକ୍ଷୀକାନ୍ତ ସେଲମା, ତ୍ରିଭୁଜ ଭୋଇ, ଲଛିନ୍ଦ୍ର ଭୁଏ, ଲକପତି ବାଗ, ରାଜୁ ଭୁଏ, କରୁଣା ଭୁଏ, ପୃଥ୍ୱୀରାଜ ଭୁଏ, ଶଶିଭୂଷଣ ଭୁଏ, ସଞ୍ଜୟ ଗହୀରଙ୍କ ସମେତ ପଞ୍ଚାୟତର ଯାଦବ ସମାଜର କର୍ମକର୍ତ୍ତା ଓ ସଦସ୍ୟମାନେ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ପଞ୍ଚାୟତ ସମ୍ପାଦକ ଗଜେନ୍ଦ୍ର ବାଗ ଧନ୍ୟବାଦ ପ୍ରଦାନ କରିଥିଲେ ।

jittmm
Leave A Reply

Your email address will not be published.