oom

କଳାହାଣ୍ଡି ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୯ତମ ଜନ୍ମ ଜୟନ୍ତୀ ପାଳିତ

jsmm

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ଭବାନୀପାଟଣାରେ ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ପ୍ରବାଦ ପୁରୁଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୧୦୯ତମ ଜନ୍ମ ଜୟନ୍ତୀ ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପରେ ପାଳନ କରାଯାଇଛି । ଏହି ଅବସରରେ ଭବାନୀପାଟଣା ହସ୍ପିଟାଲ ଛକ ଠାରେ ଥିବା ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ଦଳୀୟ ନେତା ଓ କର୍ମୀମାନେ ପ୍ରଥମେ ମାଲ୍ୟାର୍ପଣ କରି ସ୍ମୃତି ଚାରଣ କରିଥିଲେ । ଏହାପରେ ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପ ଠାରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୯ତମ ଜନ୍ମ ଜୟନ୍ତୀ ସମାରୋହ ଅନୁଷ୍ଠିତ ହୋଇଥିଲା । ଏଥିରେ ବିଜୁ ବାବୁଙ୍କ ସ୍ମୃତିଚାରଣ କରିବା ସହ ତାଙ୍କର ଜୀବନୀ ଓ ଆଦର୍ଶକୁ ବିଜେଡି କର୍ମୀ ଓ ନେତାଗଣ ମନେପକାଇବା ସହ ପଞ୍ଚାୟତିରାଜ ଦିବସ ପାଳନ ନ କରିଥିବାରୁ ବିଜେପି ସରକାରକୁ ସମାଲୋଚନା କରିଥିଲେ । ଆସନ୍ତାକାଲି ଭବାନୀପାଟଣା ଠାରେ ରାଜ୍ୟ ସରକାରଙ୍କ ବିଜୁ ବାବୁଙ୍କ ପ୍ରତି ଅପମାନ କରିବାର ଅପଚେଷ୍ଟା ବିରୁଦ୍ଧରେ ବିକ୍ଷୋଭ କରାଯିବ ବୋଲି ଆଲୋଚନା ହୋଇଥିଲା । ଜିଲ୍ଲା ବିଜେଡି ମହାସଚିବ ଭବାନୀଶଙ୍କର ମିଶ୍ରଙ୍କ ସଭାପତିତ୍ୱରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ଗୋବର୍ଦ୍ଧନ ଦାସ, ବରିଷ୍ଠ ବିଜେଡି ନେତା ପ୍ରଦୀପ ମୁଣ୍ଡ, ଜାକୀର ହୁସେନ, ପୋରାଧ୍ୟକ୍ଷ ବିଷ୍ଣୁ ପ୍ରଧାନ, ଟାଉନ ସଭାପତି ଧବଳେଶ୍ଵର ମହାପାତ୍ର, ସାରଦା ପ୍ରସନ୍ନ ସ୍ୱାଇଁ, ପୂର୍ବତନ ପୋରାଧ୍ୟକ୍ଷା ସଂଯୁକ୍ତା ବେହେରା, ଯୁବ ବିଜେଡି ସଭାପତି ଆଦିତ୍ୟ ନନ୍ଦ, ଧର୍ମେନ୍ଦ୍ର ନାଏକ, ରାଜ୍ୟ ଛାତ୍ର ବିଜେଡି କାର୍ଯ୍ୟକାରୀ ସଭାପତି ଅବିନାଶ ଠାକୁର, ରାଜ୍ୟ ଯୁବ ବରିଷ୍ଠ ଉପ ସଭାପତି ମଣ୍ଟୁ ନାଏକ, ମନିନ୍ଦ୍ର ମହାନ୍ତି, ପ୍ରଶାନ୍ତ ନାଏକ, ସାମନ୍ତ ଖମାରୀ, ସେନାପତି ନାଏକ, କାଦୀର ଖାନ, ସାବନ ଅଲ୍ଲୀ ଖାଁ, ଉଦୟ ସୁନାନୀ, ଜିଲ୍ଲା ପରିଷଦ ସଦସ୍ୟ ଦୟାନିଧି ନାଏକ, କାଉନସିଲର କ୍ଷୀରସିନ୍ଧୁ ନାଏକ, ଶିବା ସାହୁ, ଜୟଶ୍ରୀ ଅଗ୍ରୱାଲ, ରଞ୍ଜୁକ୍ତା ପ୍ରଧାନ , ହରମଣି ଗଣ୍ଡ, ଉତ୍ପଳ ଦାସ, ଭୁବନେ ବାଗ, ପ୍ରାଣନାଥ ନାଏକ, ପ୍ରଶାନ୍ତ ଠାକୁର, ଚକ୍ର ସେଠି, ସେଖ ମୁନାବର, ଅମିତ ଯାଦବ ପ୍ରମୁଖ ଯୋଗଦେଇଥିଲେ ।

jittmm
Leave A Reply

Your email address will not be published.