ବାରିପଦା : ପୁଅ ନା ସୈତାନ ବାପାକୁ ହତ୍ୟା କରି ମୁଣ୍ଡ କାଟି ନେଲା ପୁଅ ଏଭଳି ଜଘନ୍ୟ ହତ୍ୟାକାଣ୍ଡ ଘଟାଇ ବାପାର କଟାମୁଣ୍ଡ ଧରି ରାସ୍ତାରେ ବୁଲିଲା ପୁଅ । ମୟୁରଭଞ୍ଜ ଜିଲ୍ଲା ଚାନ୍ଦୁଆ ଥାନା ଅନ୍ତର୍ଗତ ଚାନ୍ଦୁଆ ଗ୍ରାମରେ ଘଟିଛି ଏଭଳି ବିଭତ୍ସ ହତ୍ୟାକାଣ୍ଡ । ଖବର ଅନୁସାରେ ଚାନ୍ଦୁଆ ଗାଁର ବାଇଧର ସିଂଙ୍କୁ ତାଙ୍କ ପୁଅ ଶମ୍ଭୁନାଥ ସିଂ ଅତି ବିଭତ୍ସ ଭାବେ ହତ୍ୟା କରିଛି । ଏକ ଧାରୁଆ ଅସ୍ତ୍ର ସହାୟତାରେ ବାଇଧରଙ୍କ ମୁଣ୍ଡରୁ ଗଣ୍ଡି ଅଲଗା କରିଦେଇଛି । ବାପାକୁ ହତ୍ୟା କରିବା ପରେ କଟାମୁଣ୍ଡକୁ ଧରି ରାସ୍ତାରେ ଯାଉଥିବା ବେଳେ ଶମ୍ଭୁନାଥକୁ ପୋଲିସ କାବୁ କରିଛି । ଅଭିଯୁକ୍ତକୁ ଅଟକ ରଖି ଚାନ୍ଦୁଆ ପୋଲିସ ତଦନ୍ତ ଜାରି ରଖିଛି । ଶମ୍ଭୁନାଥର ମାନସିକ ସ୍ଥିତି ଠିକ୍ ନଥିବା କାରଣରୁ ଏଭଳି ନାରକୀୟ କାଣ୍ଡ ଘଟାଇଥିବା କୁହାଯାଉଛି ।