ଦେଓଗାଁ ପୂର୍ବ ଗୋଷ୍ଠି ଶିକ୍ଷା ଅଧିକାରୀ ଗୋବର୍ଦ୍ଧନ ଭୋଇଙ୍କ ପରଲୋକ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ନେତ୍ରଭାନୁ ହାଇସ୍କୁଲ, ଜରାସିଂହାର ପୂର୍ବତନ ପ୍ରଧାନ ଶିକ୍ଷକ ତଥା ପୂର୍ବ ଦେଓଗାଁ ଗୋଷ୍ଠି ଶିକ୍ଷା ଅଧିକାରୀ, ରାଜ୍ୟ ପୁରସ୍କାର ପ୍ରାପ୍ତ ଗୋବର୍ଦ୍ଧନ ଭୋଇ (୫୫)ଙ୍କ ସୋମବାର ଭୋର ସକାଳରେ ବଲାଙ୍ଗିର ସ୍ଥିତ ବାସଭବନରେ ଦେହାନ୍ତ ହୋଇଯାଇଛି । ସେ ଜଣେ ଛାତ୍ର ବତ୍ସଳ, ଶିକ୍ଷାପ୍ରେମୀ ସହ ସିନେ କଳାକାର ଭାବେ ବେଶ ଜଣାଶୁଣା ଥିଲେ । ଶେଷ ସମୟରେ ତାଙ୍କ ଧର୍ମପତ୍ନୀ ଅନୀତା ସହ ଏକମାତ୍ର ପୁଅ ଆତ୍ମନ ଉପସ୍ତିତ ଥିଲେ । ଶ୍ରୀଯୁକ୍ତ ଭୋଇ ଜୁଲାଇ ୨୦୧୬ରୁ ଫେବୃୟାରୀ ୧୯ ପର୍ଯ୍ୟନ୍ତ ନେତ୍ରଭାନୁ ହାଇସ୍କୁଲ ଜରାସିଂହାର ପ୍ରଧାନ ଶିକ୍ଷକ ଥିବା ବେଳେ ପଦୋନ୍ନତୀ ପାଇ ପର୍ଯ୍ୟୟ କ୍ରମେ ସଇଁନ୍ତଳା ବିଇଓ ଥାଇ ଗୁଡ଼ଭେଲା ଓ ଦେଓଗାଁ ଗୋଷ୍ଠି ଶିକ୍ଷା ଅଧିକାରୀ ଭାବେ ୨୦.୯.୨୨ରୁ ୩.୭.୨୩ ଦାୟିତ୍ୱରେ ଥିଲେ । କେବଳ ସେତିକି ନୁହେଁ ଏକାଧିକ ସର୍ଟ୍ଟ ଫିଲ୍ମରେ ଅଭିନୟ କରି ସେ ରାଜ୍ୟରେ ବେଶ ଚର୍ଚ୍ଚା ପରିସରକୁ ଆସିଥିଲେ । ତାଙ୍କ ଅକାଳ ମୃ୍ତ୍ୟୁ ଖବର ପ୍ରଚାରିତ ହେବା ପରେ ଦେଓଗାଁ ବ୍ଲକ ଶିକ୍ଷକ ମହଳରେ ତଥା ଦେଓଗାଁ ବ୍ଲକ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ପାଟଣାଗଡ଼ରେ ତାଙ୍କ ଶେଷକୃତ୍ୟ କରାଯାଇଥିଲା । ପୁଅ ଆତ୍ମନ ମୁଖାଗ୍ନୀ ଦେଇଥିଲେ ।

Leave A Reply

Your email address will not be published.