csstore

ପରୀକ୍ଷା କେନ୍ଦ୍ରରେ କପି ଯୋଗାଇ ୭ ଗିରଫ

ଆଠଗଡ଼ : ପରୀକ୍ଷା କେନ୍ଦ୍ରରେ କପି ଯୋଗାଇ ୭ ଗିରଫ । ବଡମ୍ବା ବ୍ଲକ ମାଣିଆବନ୍ଧ ଥାନା ଅନ୍ତର୍ଗତ କଷିକିଆରୀ ହାଇସ୍କୁଲରେ ବିଜ୍ଞାନ ପରୀକ୍ଷା ଚାଲିଥିବା ବେଳେ ଛାତ୍ରଛାତ୍ରୀଙ୍କୁ କପି ଯୋଗାଉଥିବା ସହିତ ପରୀକ୍ଷା କେନ୍ଦ୍ରରେ ବିଶୃଙ୍ଖଳା କରୁଥିବା ଅଭିଯୋଗରେ ପରୀକ୍ଷାର୍ଥୀଙ୍କ ସମ୍ପର୍କୀୟ ମାନଙ୍କୁ ଗିରଫ କରିଛି ମାଣିଆବନ୍ଧ ପୋଲିସ । ଏହି ଅଭିଯୋଗରେ ୭ ଜଣ ଗିରଫ ହୋଇଥିବା ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ସୂଚନା ଦେଇଛନ୍ତି ମାଣିଆବନ୍ଧ ଥାନା ଅଧିକାରୀ ପ୍ରିୟ ରଞ୍ଜନ ନାୟକ ।ସୂଚନା ଯୋଗ୍ୟ ଯେ, ଗତ ପରୀକ୍ଷାମାନଙ୍କରେ ବିଭିନ୍ନ ପରୀକ୍ଷା କେନ୍ଦ୍ର ମାନଙ୍କରେ ବ୍ୟାପକ ଭାବେ କପି ହେଉଥିବା ଖବର ଏବଂ ଭିଜୁଆଲ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହେବା ପରେ ମାଣିଆବନ୍ଧ ପୋଲିସ ଏବଂ ବଡ଼ମ୍ବା ଶିକ୍ଷା ବିଭାଗ ତତ୍ପରତା ଦେଖିବକୁ ମିଳିଥିଲା । ଯାହଫଳରେ ୭ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି ।

jayashree
Leave A Reply

Your email address will not be published.