oom

ପ୍ରଧାନ ଶିକ୍ଷକଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

jsmm

ସଇଁତଲା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ବୁଢାବାହାଲ ହାଇସ୍କୁଲର ପ୍ରଧାନ ଶିକ୍ଷକ ବରୁଣ କୁମାର ସାହୁଙ୍କୁ ସ୍କୁଲ ତରଫରୁ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଦିଲ୍ଲୀପ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ କେରମେଲି ହାଇସ୍କୁଲର ପ୍ରଧାନ ଶିକ୍ଷକ ସରୋଜ ମିଶ୍ର ମଞ୍ଚ ପରିଚାଳନ କରିଥିବା ବେଳେ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ ମୁଖ୍ୟ ଅତିଥି, ପୂର୍ବତନ ଜିଲ୍ଲା ପରିଷଦ ସୁଶୀଲ କୁମାର ସୁନା, ବୁଢାବାହାଲ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଡାକ୍ତର ଚିନ୍ତା ମଣି ରଣା, ଏବିଇଓ ନାରାୟଣ ଭୋଇ, ଡେଙ୍ଗ ହାଇସ୍କୁଲର ପ୍ରଧାନ ଶିକ୍ଷକ ଚାଣ୍ଡାଲ ମିଶ୍ର, ବୁଢାବାହାଲ ରାଜସ୍ୱ ନିରୀକ୍ଷକ ନମ୍ରତା ବାରା, ପୂର୍ବତନ ସମିତି ସଭ୍ୟ ରଣଜିତ ସିଂ ବାବୁ, ପୂର୍ବତନ ସରପଞ୍ଚ କପିଲ ଭୋଇ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ । ସପ୍ତମୀ ବେହେରା, ବନୀତା ନାଗ, ସବିତା ନାଗ, ରଞ୍ଜୁ ନାଗ, ଲକପତି ସାହୁ, ରୋହିତ ସାହୁ, ବୃହସ୍ପତି ସାହୁ, ପ୍ରଦୀପ ସାହୁ, ରଞ୍ଜନ ସେଲମା, ରାମ ପ୍ରସାଦ ସେଲମା ଗୌର ହରି ସାହୁ ପ୍ରମୁଖ ସହଯୋଗ କରିଥିଲେ । ପୁରାତନ ଛାତ୍ରଛାତ୍ରୀ ମାନେ ଶ୍ରୀଯୁକ୍ତ ସାହୁ ଏବଂ ତାଙ୍କ ସ୍ତ୍ରୀଙ୍କୁ ଉପଢୌକନ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ ।

jittmm
Leave A Reply

Your email address will not be published.