ମୋ’ ବସକୁ ପଛରୁ ପିଟିଲା ଅଟୋ

ଭୁବନେଶ୍ୱର : ମୋ’ ବସକୁ ପଛରୁ ଧକ୍କା ଦେଲା ଅଟୋ । ଏଥିରେ ଅଟୋ ଚାଳକ ଜଣକ ଗୁରୁତର ହୋଇଛନ୍ତି । କଟକ ଗଣେଶ ଘାଟ ନିକଟରେ ଦୁର୍ଘଟଣା ଘଟିଛି । ସ୍ଥାନୀୟ ଲୋକଙ୍କ ସହଯୋଗରେ ଅଟୋ ଚାଳକଙ୍କୁ ଏସସିବି ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ବେଲଭ୍ୟୁ ଛକ ଆଡୁ ବାଦାମବାଡ଼ି ଆଡକୁ ୧୮ ନମ୍ବର ମୋ ବସ ଯାଉଥିଲା । ଗଣେଶ ଘାଟ ନିକଟରେ ମୋ ବସକୁ ପଛପଟୁ ଧକ୍କା ଦେଇଥିଲା ଏକ ଅଟୋ । ଏଥିରେ ଅଟୋ ଚାଳକ ଜଣକ ଗୁରୁତର ହୋଇଥିଲେ । ତେବେ ବସ ଚାଳକ ଅଚାନକ ବ୍ରେକ ମାରିବା କାରଣରୁ ଏଭଳି ଦୁର୍ଘଟଣା ଘଟିଥିବା ଅଭିଯୋଗ ହୋଇଛି । କିନ୍ତୁ ଅଭିଯୋଗ ସମ୍ପର୍କରେ କୌଣସି ସତ୍ୟତା ଜଣାପଡି ନାହିଁ ।

Leave A Reply

Your email address will not be published.