csstore

ଟ୍ରୁ ପାଥ ୟୁଥ୍ ଆସୋସିଏସନ୍’ ତରଫରୁ ଖାଦ୍ୟ ବଣ୍ଟନ ସେବାକାର୍ଯ୍ୟ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ମହାଶିବରାତ୍ରି ଅବସରରେ ‘ଟ୍ରୁ ପାଥ ୟୁଥ୍ ଆସୋସିଏସନ୍’ ତରଫରୁ ସାର୍ ନଗରୀ ଅଞ୍ଚଳରେ ଖାଦ୍ୟ ବଣ୍ଟନ ସେବାକାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସଙ୍ଗଠନର ଯୁବଶକ୍ତି ମିଳିତ ଭାବେ ସେବା ମନୋଭାବ ରଖି ସତ୍ୟ ପଥରେ ଆଗେଇ ଆସିଛନ୍ତି ଏବଂ ଆବାହକ ଅଜୟ ଗୌଡ଼, ଅଧ୍ୟକ୍ଷ ଇନ୍ଦ୍ରଜିତ ରାଉଳ, ସଂପାଦକ ଶିବମ ସିଂ, କୋଷାଧ୍ୟକ୍ଷ ବିଦୁତ୍ତମା ମାଝୀ ସଦସ୍ୟ ରୋଷନ ସୁରିନ୍, ଋତୁରାଜ ସାହୁ, ହିତାଂଶୁ ପୂରଣ, ନୟନ ଆଚାର୍ଯ୍ୟ, ସୁମିତ କୁମାର ରାଜ ପ୍ରତ୍ୟକ୍ଷ ଭାବରେ କାର୍ଯ୍ୟକ୍ରମଟିକୁ ଆଗେଇ ନେଇଥିଲେ ଓ ପରୋକ୍ଷ ଭାବରେ ଅନେକ କାର୍ଯ୍ୟକର୍ତ୍ତା କାର୍ଯ୍ୟକ୍ରମକୁ ସଫଳ କରିବାରେ ସହାୟକ ହୋଇଥିଲେ ।

jayashree
Leave A Reply

Your email address will not be published.