ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସ୍ଥିତ ନେତାଜୀ ନଗର ନିବାସୀ ତଥା ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ଅରୁଣା ଯୁଆଡ଼ିଙ୍କ ଆଜି ପଦ୍ମପୁର ସାରଳା କୁମାରୀ ଡାକ୍ତରଖାନାରେ ପରଲୋକ ହୋଇଯାଇଛି । ମୃତ୍ୟୁ ସମୟରେ ତାଙ୍କୁ ୭୯ ବର୍ଷ ବୟସ ହେଉଥିଲା । ସେ ଶିକ୍ଷୟିତ୍ରୀ ଭାବେ ପଦ୍ମପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଓ ବରଗଡ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଶିକ୍ଷାଦାନ କରି ସୁମନ ଅର୍ଜନ କରିଥିଲେ । ପଦ୍ମପୁର ଲକ୍ଷ୍ମୀ ନାରାୟଣ ଶ୍ମଶାନ ଘାଟରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଥିଲା । ବଡପୁଅ ସଂଜୀବ କୁମାର ମାଝୀ ମୁଖାଗ୍ନି ଦେଇଥିଲେ । ତାଙ୍କ ପଛରେ ତିନି ଝିଅ ସୁଜାତା, ସସ୍ମିତା, ସରିତା ଓ ଦୁଇ ପୁଅ ସଂଜୀବ ଓ ସମୀରଙ୍କୁ ଛାଡିଯାଇଛନ୍ତି । ସେ ବରିଷ୍ଠ ଆଇନଜୀବୀ ନନ୍ଦ କିଶୋର ମାଝୀଙ୍କ ଧର୍ମପତ୍ନୀ ଅଟନ୍ତି । ତାଙ୍କର ପରଲୋକରେ ଶୋକର ଛାୟା ଖେଳିଯାଇଛି ।
Next Post