ରାଉରକେଲା, (ସସ୍ମିତା ପ୍ରଧାନ) : ମହିଳା ସଶକ୍ତିକରଣ ଫାଇଟ୍ ଗୃପର ମସ୍ତି କାର୍ଯ୍ୟକ୍ରମ ସେକ୍ଟର ୧୯ ସ୍ଥିତ ଗାଙ୍ଗୁରାମ ହୋଟେଲ ଠାରେ ଅନୁଷ୍ଠିତ ହୋଇଯାଇଛି । ଫାଇଟ୍ ଗୃପର ଅଧ୍ୟକ୍ଷା ସୁମତି ନାୟକଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଏକତା ଗୃପର ଅଧ୍ୟକ୍ଷା ବସୁମତୀ ମହାନ୍ତି, ମସ୍ତି ଗୃପର ଗୈାରୀ କୁମ୍ଭାର, ଲେଡୀ ଲାୟନ ଗୃପର ବନ୍ଦିତା ମାହାତୋ, କବୟିତ୍ରୀ ସସ୍ମିତା ପ୍ରଧାନ ଓ ସାଇନିଂ ରକର୍ସର ମୁଖ୍ୟ ଲୀନା ବିଶ୍ୱାଳ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଅନୁଷ୍ଠାନର ଆଭିମୁଖ୍ୟକୁ ପ୍ରଶଂସା କରିଥିଲେ । ଏହି ଅବସରରେ ସସ୍ମିତା ପ୍ରଧାନ, ପ୍ରତିମା ମଞ୍ଜରୀ ଆଲଦା, ସରସ୍ଵତୀ ଦାଶଙ୍କ ଜନ୍ମଦିନ ଓ ଗୈାରୀ କୁମ୍ଭାରଙ୍କ ବିବାହ ବାର୍ଷିକୀ ଉପଲକ୍ଷେ କେକ୍ କଟାଯାଇଥିଲା । ଏହି ଅବସରରେ ଉପସ୍ଥିତ ସଦସ୍ୟମାନଙ୍କ ମଧ୍ୟରେ ନୃତ୍ୟ ଓ ସଙ୍ଗୀତ ପ୍ରତିଯୋଗିତା କରାଯାଇ କୃତିତ୍ୱ ହୋଇଥିବା ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ସରିତା ପଲେଇ, ସୀତା ମୁର୍ମୁ, ରୀନା ସେଠୀ, ପୁଷ୍ପାଞ୍ଜଳି ଲେଙ୍କା, ମନୀଷା ଚକ୍ରବର୍ତ୍ତୀ, ସୁଚିସ୍ମିତା ପଣ୍ଡା, ପୂଜା ପଲେଇ, ବନଜା ବିଶ୍ୱାଳ, ଶାନ୍ତିଲତା ବେହେରା, ଯଶ୍ମିନ ମିଶ୍ର,ଭାରତୀ, ବିଜୁ ଦାସ, ଅମ୍ରିତା ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।
Prev Post