oom

ଟିଲାଗଡ଼ ମଦର୍ସ ଟଚ୍‌ ଇଣ୍ଟରନେସନାଲ ସ୍କୁଲର ପ୍ରତିଭାଞ୍ଜଳି ବାର୍ଷିକ ଉତ୍ସବ ଅନୁଷ୍ଠିତ

jsmm

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ରବିବାର ସଂଧ୍ୟାରେ ଟିଟିଲାଗଡ଼ର ମଦର୍ସ ଟଚ୍‌ ଇଣ୍ଟରନେସନାଲ ସ୍କୁଲ ପକ୍ଷରୁ ବାର୍ଷିକ ଉତ୍ସବ ପ୍ରତିଭାଞ୍ଜଳି ୨୦୨୫ ସ୍ଥାନୀୟ ପୌର ପରିଷଦ କଲ୍ୟାଣ ମଣ୍ଡପ ଠାରେ ସ୍କୁଲର ଡାଇରେକ୍ଟର ସଞ୍ଜୟ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ଡିଏଭି ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଛାୟାକାନ୍ତ ଷଡ଼ଙ୍ଗୀ, ମୁଖ୍ୟ ବକ୍ତା ଭାବେ ଟିଟିଲାଗଡ଼ ବ୍ଲକ ଶିକ୍ଷା ଅଧିକାରୀ ଆର୍ତ୍ତତ୍ରାଣ ରଥ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ପ୍ରଭାବତୀ ପବ୍ଲିକ ସ୍କୁଲର ଡାଇରେକ୍ଟର ଏଡମିନ ଧରିତ୍ରୀ ମହାନ୍ତି, ସମାଜସେବୀ ସାରଦା ରାଓ ଯୋଗ ଦେଇଥିଲେ । ପ୍ରଥମେ ମା’ ସରସ୍ଵତୀଙ୍କ ମୂର୍ତ୍ତିରେ ଫୁଲମାଳ ଦେଇ ଦୀପ ପ୍ରଜ୍ୱଳନ କରିବା ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ମଞ୍ଚ ପରିଚାଳନା କରିଥିଲେ ଖୁସି ଠାକୁର । ଏହି ଅବସରରେ ସ୍କୁଲର କୁନିକୁନି ଛାତ୍ରଛାତ୍ରୀଙ୍କ ସହ ମା’ ମାନଙ୍କ ଦ୍ଵାରା ଅତି ସୁନ୍ଦର ନୃତ୍ୟ ପରିବେଷଣ କରାଯାଇଥିଲା । ତାପରେ ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ଅତିଥିଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ସ୍କୁଲର ପ୍ରିୟଙ୍କା ମିଶ୍ର, ସାୟନା ଚକ୍ରବର୍ତ୍ତୀ, ଅଳ୍ପନା କୁମାରୀ, କେତକୀ କୁମ୍ଭାର ପ୍ରମୁଖ ସାହାଯ୍ୟ କରିଥିଲେ ।

jittmm
Leave A Reply

Your email address will not be published.