ବରିଷ୍ଠ ନାଗରିକ ରାମଚନ୍ଦ୍ର ସାହୁଙ୍କ ଅଭିନବ ପ୍ରତିବାଦ – ଧୋକା ଦେଲେ ମୋଦି

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ସହରର ରାମଚନ୍ଦ୍ର ସାହୁ, ସ୍ଵାଧୀନ ପଡ଼ାର ବାସିନ୍ଦା । ତାଙ୍କର ବୟସ ପାଖାପାଖି ୭୪ ବର୍ଷ । ଷାଠିଏ ବର୍ଷରୁ ଅଶି ବର୍ଷ ଭିତରେ ରହିଥିବା ବୃଦ୍ଧଙ୍କୁ ତିନି ହଜାର ଟଙ୍କା ଦେବାକୁ ନିର୍ବାଚନୀ ସମୟରେ ପ୍ରତିଶ୍ରୁତି ଦେଇଥିଲେ ମୋଦି କିନ୍ତୁ ଆଜି ଯାଏଁ ଲାଗୁ କଲେ ନାହିଁ । ତାହାର ଦୃଢ଼ ପ୍ରତିବାଦ କରି ୭୪ ବର୍ଷ ବୟସରେ ସକାଳୁ ନିଜ ଦେହରେ ପ୍ଲା କାର୍ଡ ଲଗାଇ ଭିନ୍ନ ଢଙ୍ଗରେ ପ୍ରତିବାଦ କରିଛନ୍ତି ଶ୍ରୀ ସାହୁ । ଦାବି ପୂରଣ ନ ହେବା ଯାଏଁ ଏହି ପ୍ରତିବାଦ ଜାରି ରହିବ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.