ବିରାଟ ଭାଙ୍ଗିଲେ ସଚିନ୍‌ଙ୍କ ରେକର୍ଡ ପୂରଣ କଲେ ୧୪ ହଜାର ରନ୍‌

ନୂଆଦିଲ୍ଲୀ : ୨୯୯ତମ ଦିନିକିଆ ମ୍ୟାଚ୍‌ର ୨୮୭ତମ ଇନିଂସରେ କୋହଲି ଏହି ସଫଳତା ହାସଲ କରିଛନ୍ତି । ପୂର୍ବରୁ ଏହି ରେକର୍ଡ ସଚିନ୍‌ ତେନ୍ଦୁଲକରଙ୍କ ନାମରେ ଥିଲା । ଇତିହାସ ରଚିଲେ ବିରାଟ କୋହଲି । ଭାଙ୍ଗିଲେ କ୍ରିକେଟର ସଚିନ୍‌ ତେନ୍ଦୁଲକରଙ୍କ ରେକର୍ଡ । ଟିମ୍‌ ଇଣ୍ଡିଆର ଷ୍ଟାର୍‌ ବ୍ୟାଟ୍ସମ୍ୟାନ୍‌ ବିରାଟ କୋହଲି ନିଜ ନାମରେ ଆଉ ଏକ ଐତିହାସିକ ରେକର୍ଡ କରିଛନ୍ତି । ଦିନିକିଆ କ୍ରିକେଟ୍‌ରେ କୋହଲି ଦ୍ରୁତତମ ୧୪ ହଜାର ରନ୍‌ ସ୍କୋର କରିବାରେ ବିଶ୍ୱର ପ୍ରଥମ ଖେଳାଳି ହୋଇଛନ୍ତି । ୨୯୯ତମ ଦିନିକିଆ ମ୍ୟାଚ୍‌ର ୨୮୭ତମ ଇନିଂସରେ କୋହଲି ଏହି ସଫଳତା ହାସଲ କରିଛନ୍ତି । ପୂର୍ବରୁ ତେନ୍ଦୁଲକର ୩୫୦ତମ ଇନିଂସରେ ଏହି ରେକର୍ଡ କରିଥିଲେ । ସଚିନଙ୍କ ପରେ, ଶ୍ରୀଲଙ୍କାର କୁମାର ସାଙ୍ଗାକାରା ଦିନିକିଆରେ ୩୭୮ ଇନିଂସରେ ୧୪ ହଜାର ରନ୍‌ କ୍ଲବରେ ସାମିଲ ହୋଇଥିଲେ । ସୂଚନା ଅନୁସାରେ, କୋହଲି ଚାମ୍ପିଅନ୍ସ ଟ୍ରଫିର ପ୍ରଥମ ମ୍ୟାଚ୍‌ରେ ବାଂଲାଦେଶ ବିପକ୍ଷରେ ୨୨ ରନ୍ କରିଥିଲେ । ସେତେବେଳେ ସେ ଏହି ଐତିହାସିକ ରେକର୍ଡଠାରୁ ମାତ୍ର ୧୫ ରନ୍‌ ଦୂରରେ ଥିଲେ । କିନ୍ତୁ ଆଜି ସେ ଦୁବାଇରେ ପାକିସ୍ତାନ ବିପକ୍ଷରେ ଖେଳାଯାଇଥିବା ମ୍ୟାଚ୍‌ରେ ଏହି ସଫଳତା ହାସଲ କରିଛନ୍ତି । ୧୩ତମ ଓଭରର ଦ୍ୱିତୀୟ ବଲରେ ଚୌକା ମାରି କୋହଲି ଏହି ରେକର୍ଡ କରିଥିଲେ ।

Leave A Reply

Your email address will not be published.