ଏବେ ବି ଚାଲିବାକୁ ପସନ୍ଦ କରୁଛନ୍ତି ଲୋକେ

  • ଆଧାର କାର୍ଡ ତ୍ରୁଟି ପାଇଁ ପାଉନାହାନ୍ତି ବର୍ଦ୍ଧିତ ଭତ୍ତା
  • ଝାରବନ୍ଧ ଅଞ୍ଚଳରେ ଡାକ୍ତରଖାନାଟି ଖୋଲିବା ପାଇଁ ଦାବି
  • ଗଞ୍ଜାଡାବରକୁ ମଧ୍ୟ ଲକ୍ଷ୍ମୀ ବସ ଚଳାଚଳ ପାଇଁ ଦାବି କଲେ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବର୍ତ୍ତମାନ ଯୁଗରେ ମଣିଷ ବିଳାସପୂର୍ଣ୍ଣ ଜୀବନରେ ବଞ୍ଚୁଛି । ଅଳ୍ପ ଦୂରରେ ହେଲେ ଗାଡି ମଟର ବ୍ୟବହାର କରୁଛନ୍ତି ହେଲେ ଏବେ ମଧ୍ୟ ଉପାନ୍ତ ଅଞ୍ଚଳରେ ଲୋକମାନେ ଚାଲି ଚାଲି ନିଜ ଯିବାକୁ ପସନ୍ଦ କରୁଛନ୍ତି । ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ମାଣ୍ଡୋସିଲ ଅଞ୍ଚଳର ସାମ୍ବାଦିକ ଗିରିଶ ଚନ୍ଦ୍ର ମାଝୀ କୌଣସି କାମ ପାଇଁ ଝାରବନ୍ଧ ପଞ୍ଚାୟତ ଦେଇ ଗଞ୍ଜାଡାବର ରାସ୍ତା ଦେଇ ଯାଉଥିବା ସମୟରେ ଗଞ୍ଜାଡାବର ଗାଁର ଦୁଇ ଜଣ କମଲୀ ଭଏଁସାଲ (୮୦) ଓ ପାଥବ ଭଏଁସାଲ (୮୧) ନିଜ ସମ୍ପର୍କୀୟ ଘରକୁ ଚାଲି ଚାଲି ଆସୁଥିବାରୁ ଦେଖି ପଚାରି ବୁଝିଥିଲେ । ହାତରେ ଧରିଛନ୍ତି ଦୁହେଁ ବ୍ୟାଗ । ସେ ଦୁହେଁ ସାମ୍ବାଦିକକୁ ଆପଣ ଜଣେ ଡାକ୍ତର ବାବୁ କି ପଚାରିଥିଲେ । ସାମ୍ବାଦିକ ନିଜ ପରିଚୟ ଦେଇ ଦୁହେଁଙ୍କ ସ୍ୱାସ୍ଥ୍ୟବସ୍ଥା, ବାର୍ଦ୍ଧକ୍ୟ ଭତ୍ତା ତଥା ଅଞ୍ଚଳର ସମସ୍ୟା ଉପରେ ପଚାରିଥିଲେ । କମଲୀ ଭଏଁସାଲଙ୍କୁ ପଚାରିବାରୁ ଆମେ ଦୁହେଁ ପୂର୍ବ ସରକାର ସମୟରୁ ୧୦୦୦ ଟଙ୍କା ଭତ୍ତା ପାଉଛି । ଆମ ବୟସ ୮୦ ବର୍ଷରୁ ଅଧିକ ହେଲାନି ହେଲେ ଆଧାର କାର୍ଡ ତ୍ରୁଟି ଯୋଗ ଆମେ ବର୍ଦ୍ଧିତ ଭତ୍ତା ପାଉନାହିଁ ବୋଲି କହିଛନ୍ତି । ପୁଣି କମଲୀ କହିଛନ୍ତି ଆମ ଅଞ୍ଚଳର ଗୋଟିଏ ଡାକ୍ତରଖାନା ଦରକାର ଆମକୁ ବହୁତ୍ ଅସୁବିଧା ହେଉଛି । ଆମ ଭଳିଆ ବୟସ୍କା କିଏ ପଚାରେ । ୧୫ ରୁ ୨୦ କିଲୋମିଟର ଜାମସେଠ, ନୂଆପଡ଼ା, ପାଇକମାଳ ଯିବାକୁ ପଡ଼ୁଛି । ଯାତାୟାତ ସୁବିଧା ପାଇଁ ପଚାରିବାରୁ ରାସ୍ତାଘାଟ ଠିକ୍ ଅଛି । ହେଲେ ଗଞ୍ଜାଡାବରକୁ ଲକ୍ଷ୍ମୀ ବସ ଯାଉ ନଥିବାରୁ ଆମ ବୟସ୍କା ଲୋକମାନେ ଚାଲି ଚାଲି ଯିବାଆସିବା କରୁଛୁ ବୋଲି ଦୁହେଁ କହିଛନ୍ତି । ଏଣୁ ଏହି ଅଞ୍ଚଳର ଡାକ୍ତରଖାନା ଓ ଲକ୍ଷ୍ମୀ ବସ ସବୁ ଗାଁକୁ ଭଳ ହେବ ବୋଲି ଦୁହେଁ ଜଣାଇଛନ୍ତି । ଏନେଇ ଝାରବନ୍ଧ ସରପଞ୍ଚ ଟେଭାବତୀ ଭୋଇଙ୍କୁ ପଚାରିବାରୁ ଆମେ ଏ ଦିଗରେ ଦୃଷ୍ଟି ଦେଇ ଉଚ୍ଚ କତୃପକ୍ଷଙ୍କୁ ଅବଗତ କରିବୁ ବୋଲି କହିଥିଲେ ।

Leave A Reply

Your email address will not be published.