ମାସକ ଭିତରେ ଶୁଣାଣି, ନ୍ୟାୟ ଅପେକ୍ଷାରେ ପ୍ରଫେସର ଦଂପତି

ବଲାଙ୍ଗିର : ବହୁ ଚର୍ଚ୍ଚିତ ପାଟଣାଗଡର ପାର୍ସଲବୋମା ଘଟଣାକୁ ସାତବର୍ଷ ପୂରିଛି । ସାତବର୍ଷ ଭିତରେ ପାର୍ସଲ ବୋମାକୁ ନେଇ ଜାତୀୟ ସ୍ତରରେ ଖବର ହେବା ସାଂଗକୁ ସିନେମା ହୋଇ ରୁପେଲି ପରଦାକୁ ବି ଆସିଛି । ଆଉ ଏ ଘଟଣାର ଏକମାତ୍ର ଅଭିଯୁକ୍ତ ପୁଜିଂଲାଲ ମେହେର ବି ଜେଲ ଭିତରେ ଥାଇ ସାମ୍ବାଦିକତା ପାଠ ପଢିସାରିଛି । କିନ୍ତୁ ଏସବୁ ଭିତରେ ଆଗକୁ ବଢିଛି ନ୍ୟାୟିକ ପ୍ରକ୍ରିୟା । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ମାସକ ଭିତରେ ଶୁଣାଣି କରଯିବା ପାଇଁ ମୃତ ଇଂଜିନିୟରଙ୍କ ବାପା କହୁଛନ୍ତି, ଅଭିଯୁକ୍ତ ଫାଶୀ ଦଣ୍ଡ ପାଇଲେ ଖୁସି ହେବି । ପୁଂଜିଲାଲଙ୍କ ଓକିଲଙ୍କ କହିବା କଥା, ୬୨ ଜଣଙ୍କ ସାକ୍ଷ୍ୟ ଗ୍ରହଣ ସରିଯାଇଛି । ପୁଜିଂଲାଲଙ୍କ ବୟାନ ରେକର୍ଡ ପାଇଁ ତାରିଖ ଧାର୍ଯ୍ୟ ହୋଇସାରିଛି । ଗୋଟିଏ କିମ୍ବା ଦୁଇ ମାସ ଭିତରେ କେସର ଅନ୍ତିମ ଶୁଣାଣି ହେବ । ତେଣୁ ତ୍ୱରାନ୍ୱିତ ହୋଇଛି, ପାର୍ସଲ ବୋମାର ଶୁଣାଣି । ଆଉ ମାତ୍ର ମାସେ କି ଦୁଇ ମାସ ଭିତରେ ଶୁଣାଣି ଶେଷ ହେବ । ତଦନ୍ତକାରୀ ସଂସ୍ଥା ତରଫରୁ ସାକ୍ଷ୍ୟଗ୍ରହଣ ସରିଛି । କେବଳ ଅଭିଯୁକ୍ତ ପୁଜିଂଲାଲର ବୟାନ ରେକର୍ଡ ବାକି ଅଛି । ତେଣୁ ଖୁବଶୀଘ୍ର ଆସିପାରେ ପାର୍ସଲ ବୋମାର ଅନ୍ତିମ ଶୁଣାଣି । ନ୍ୟାୟ ଅପେକ୍ଷାରେ ପ୍ରଫେସର ଦଂପତି ।

Leave A Reply

Your email address will not be published.