ରାଉରକେଲା, (ସସ୍ମିତା ପ୍ରଧାନ) : ହରେକୃଷ୍ଣ ପାତ୍ର ତାଙ୍କ ଜନ୍ମର ୧୦୦ବର୍ଷ ପୂର୍ତ୍ତି ଉପଲକ୍ଷେ ବନ୍ଧୁ ଓ ପରିବାରବର୍ଗ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ ଆଗାମୀ ଜୀବନ ସୁସ୍ଥ ଓ ନିରାମୟ ହେଉ ବୋଲି କାମନା କରାଯାଇଛି । ସେକ୍ଟର ୨ ଠାରେ ଏକ ନିରାଡ଼ମ୍ବର କାର୍ଯ୍ୟକ୍ରମରେ ସହରର ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ଶତାୟୁ ଶ୍ରୀ ପାତ୍ରଙ୍କ ଆଶିର୍ବାଦ ନେବାସହ ତାଙ୍କ ଉଦ୍ଦେଶ୍ୟରେ କେକ୍ କଟାଯାଇ ସମସ୍ତ ଅତିଥିଙ୍କ ମଧ୍ୟରେ ବଣ୍ଟନ କରାଯାଇଥିଲା । ସୂଚନାଯୋଗ୍ୟ ଯେ, ଜଗତସିଂହପୁର ଜିଲା ଗୋବିନ୍ଦପୁର ଅନ୍ତର୍ଗତ ମଜୁରାଇ ଗ୍ରାମର ମୂଳ ବାସିନ୍ଦା ହରେକୃଷ୍ଣ ପାତ୍ର ୧୯୨୬ ମସିହା ଫେବୃଆରି ୨୨ତାରିଖ ଦିନ ଜନ୍ମ ଗ୍ରହଣ କରିଥିଲେ । ପରବର୍ତ୍ତୀ ସମୟରେ ସେ ରାଉରକେଲା ଆସି ଏଠାରେ ରାଉରକେଲା ଇସ୍ପାତ କାରଖାନାରେ କାର୍ଯ୍ୟକରି ୧୯୯୪ ମସିହାରେ ଅବସର ଗ୍ରହଣ କରିଥିଲେ । ତାଙ୍କର ୩ପୁଅ ଓ ଗୋଟଏ ଝିଅ ସମସ୍ତେ ପ୍ରତିଷ୍ଠିତ । ଏହି ଅବସରରେ ଶିକ୍ଷାବିତ ବୈଷ୍ଣବ ଚରଣ ମହାପାତ୍ର, ବ୍ରଜେନ୍ଦ୍ର ଦାଶ, କଳ୍ପନା ପାତ୍ର, ଡ଼ା ବସନ୍ତ କୁମାର ଦାସ, ଯୋଗେଶ ପାତ୍ର, ନରେଶ ପାତ୍ର, ସୁରେଶ ପାତ୍ର, ମୀନତି ତ୍ରିପାଠୀ, ରଚନା ଆଚାର୍ଯ୍ୟ, ସରିତା ପ୍ରଧାନ, ସୁରେଶ ଦାସ, ରବିନ୍ଦ୍ରନାଥ ପଣ୍ଡା, ପ୍ରଫୁଲ୍ଲ ନାୟକ, ସୁଦୀପ୍ତ ତ୍ରିପାଠୀ, ଅଙ୍କିତ ଦାସ, ରବିନ୍ଦ୍ରନାଥ ମହାନ୍ତି, ଗୀତାଞ୍ଜଳି ମହାନ୍ତି, ଚିତ୍ତରଞ୍ଜନ ମିଶ୍ର, ଜ୍ୟୋସ୍ନା ମିଶ୍ର ପ୍ରମୁଖ ଉପସ୍ଥିତ ରହି ଶ୍ରୀ ପାତ୍ରଙ୍କ ଆଶିର୍ବାଦ ନେବାସହ ତାଙ୍କୁ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରିଥିଲେ ।
Prev Post