ଭିଜିଲାନ୍ସ ଜାଲରେ ପଞ୍ଚାୟତ ଜିଆରଏସ୍

ଉମରକୋଟ : ଭିଜିଲାନ୍ସ ପକ୍ଷରୁ ନବରଙ୍ଗପୁର ସିଙ୍ଗିଶାରୀ ଜିଆରଏସ୍ ହିମାଂଶୁ ବାଘଙ୍କ ଘରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ ଚାଲିଛି । ବିଭିନ୍ନ ସ୍ଥାନରେ ଭିଜିଲାନ୍ସ ଟିମ୍ ଏକାକାଳୀନ ରେଡ୍ ଜାରି ରଖିଛନ୍ତି । ବର୍ତ୍ତମାନ ସୁଦ୍ଧା ୧୭ ଲକ୍ଷ ୮୩ ହଜାର ଟଙ୍କା ଜବତ ହୋଇଥିବା ସୂଚନା ମିଳିଛି । ଚଢ଼ାଉ ଜାରି ରହିଥିବା ବେଳେ ଆଗକୁ ଜଣା ପଡିବ ଜିଆରଏସ୍ ହିମାଂଶୁ ବାଘଙ୍କର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି କେତେ ଅଛି ।

Leave A Reply

Your email address will not be published.